ଗୁହାରୀ ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ଲାଞ୍ଜିଗଡ଼: ଆଦିବାସୀ ଅଧ୍ୟୁଷିତ, ବଣ ପାହାଡ ଘେରା ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁ ସମସ୍ୟାର ଚାରି ଛକରେ ବନ୍ଧାହୋଇ ପଡ଼ିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଆଦି ବିବିଧ ସମସ୍ୟାରେ ଜର୍ଜରିତ ହୋଇ ଉଠିଛି ଉପାନ୍ତ ଅଞ୍ଚଳ। ପ୍ରଶାସନ ପକ୍ଷରୁ ଏହି ସମସ୍ୟା ସବୁର ସମାଧାନ କରିବାକୁ ପ୍ରୟାସ ହେଉଛି, କିନ୍ତୁ କେଉଁଠି କେମିତି ତୃଟି ରହିଯାଉଛି କେଜାଣି କେତେକ ଯୋଜନା ଏଠାରେ ସଫଳ ରୂପାୟନ ହୋଇ ପାରୁନଥିବା ଦେଖାଯାଉଛି। ଏମିତି ଏକ ଚିତ୍ର ଆସି ପହଞ୍ଚିଛି ବିଜେପୁର ପଞ୍ଚାୟତର ଦାନାରିଗୁଡା ଗାଁରୁ। ଏହି ଗାଁର ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପାଖରେ ଗୁହାରୀ କରିଥିଲେ। କିନ୍ତୁ ପ୍ରଶାସନ ଶୁଣିନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।

ଗତ ୧ତାରିଖ ଦିନ ଏହି ରାସ୍ତାର ବରଗଛ ଘାଟି ନିକଟରେ ଏକ ମାଲ ବୋଝେଇ ପିକଅପ୍ ଭ୍ୟାନ ଓଲଟି ପଡିଥିଲା।ଫଳରେ ଗାଡି ଚାଳକ ଦେବ କୁଆଁରଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗାଁ ଲୋକେ ଆଉ ପ୍ରଶାସନକୁ ଅପେକ୍ଷା ନକରି ସଚେତନ ହୋଇ ପଡ଼ିଥିଲେ। ଏହାପରେ ଦନାରୀଗୁଡା ଗାଁର ଯୁବଗୋଷ୍ଠୀ ଅଣ୍ଟାଭିଡି ରାସ୍ତା ମରାମତି ପାଇଁ ବାହାରି ପଡିଲେ। ନିଜେ ଶ୍ରମ ଦାନ କରି ଭଙ୍ଗା ଦଦରା ରାସ୍ତାକୁ ସଜାଡିବାର ପ୍ରୟାସ କରିଛନ୍ତି। ବହୁଦିନ ଧରି ଏହି ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ରାସ୍ତା ମରାମତି କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.