ଆଦର୍ଶ ଶିକ୍ଷୟିତ୍ରୀ ମଧୁସ୍ମିତା ମଲ୍ଲିକଙ୍କ ସ୍ମୃତିରେ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ

ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ଖୋର୍ଦ୍ଧା ତଥା ସାଇ ସେବା ସଦନ ଗଇନାଡ଼ ସୌଜନ୍ୟତାରେ ବିଶିଷ୍ଟ କବୟତ୍ରୀ ତଥା ଆଦର୍ଶ ଶିକ୍ଷୟିତ୍ରୀ ସ୍ୱର୍ଗତା ମଧୁସ୍ମିତା ମଲ୍ଲିକଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ସାହିତ୍ୟ ଆଲୋଚନା, ବୃକ୍ଷରୋପଣ ଓ ପ୍ରାୟ ୪୦୦ଟି ମୁକ୍ତ ଚାରାବଣ୍ଟନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ ସ୍ବର୍ଗତା ଆତ୍ମାର ସଦ୍ଗତି କାମନାପୂର୍ବକ ବୃକ୍ଷ ସହ ପୁରାଣ ଯୁଗର ସମ୍ପର୍କ ସମନ୍ଧରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ସାଇସେବା ସଦନର ପ୍ରତିଷ୍ଠାତା ଜଗନ୍ନାଥ ସାହୁ, ନିଶିଗନ୍ଧାର ମୁଖପାତ୍ର ଜ୍ୟୋତିରଞ୍ଜନ ଦାଶ, ଯୁବ ସମାଜସେବୀ ତଥା ଛାତ୍ର ଦୁର୍ଗାପ୍ରସାଦ ନାୟକ, ସସ୍ମିତା ତରାଇ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ରବି ଦାଶ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସଭାପତି ଶିକ୍ଷକ ପଦ୍ମନାଭ ତ୍ରିପାଠୀ ସଭାପତିତ୍ୱ ସହ ଅତିଥି ପରିଚୟ, ପ୍ରାରମ୍ଭରୁ ଜଗନ୍ନାଥ ଶ୍ଳୋକ ପାଠ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ କାର୍ଯ୍ୟକ୍ରମର ପରିଚାଳନା ତଥା ଅନୁଷ୍ଠାନର ଆଭିମୁଖ୍ୟ ପ୍ରଦାନ କରିଥିଲେ। ସର୍ବଶେଷରେ ଗଇନଡ଼ା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବା ସହ କାର୍ଯ୍ୟକ୍ରମଟି ସଫଳ ଭାବରେ ସମ୍ପର୍ଣ୍ଣ ହୋଇଥିଲା।

ନିଶିଗନ୍ଧାର ପ୍ରତିଷ୍ଟାତା ବଳରାମ ତରାଇ, ପୃଷ୍ଟପୋଷକ କରୁଣାକର ମଲ୍ଲିକ, ତ୍ରିନାଥ ମାଡକାମ, ବଂଶୀଧର ମଲ୍ଲିକ, ଅବିକେସନ ମଲ୍ଲିକ, ଗଣେଶ କୁମାର ଜେନା, ଡ଼ଃ ରମାକାନ୍ତ ନୟକ, ଜ୍ୟୋତିରଞ୍ଜନ ଦାଶ, ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି, ରାଜ୍ୟ ସହ ସଂଯୋଜକ ତ୍ରିନାଥ ପଟ୍ଟନାୟକ, କୌଶଲ୍ୟା ବେଉରିଆ, ଗାୟତ୍ରୀ ମିଶ୍ର, ଚକ୍ରଧର ତ୍ରିପାଠୀ, ଅରୁଣ ତ୍ରିପାଠୀ, ଅନୁସୂୟା ଦେବତା, ଗାୟତ୍ରୀ ପଣ୍ଡା, ପଦ୍ମନାଭ ତ୍ରିପାଠୀ, ଗୋଦାବରୀଶ ଦାସ,ରଞ୍ଜନ କୁମାର ଦାଶ, ପୁଷ୍ପଲତା ସାହୁ, ସରସ୍ବତୀ ନାୟକ, ଜମ୍ବେଶର ଦଳେଇ, ସଭାପତି ରଜନୀ ରଞ୍ଜନ ଦାସ, ଶିଶୁ କବି ନିରୋଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ସ୍ବର୍ଗତା ମଧୁସ୍ମିତାଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.