ନିୟମଗିରି ଦୁଃଖ: ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ତାଡିଝୁଲାବାସୀ

ଲାଞ୍ଜିଗଡ଼: ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ତାଡିଝୁଲାରେ ଜଳ ସଙ୍କଟ ଦେଖାଦେଇଛି। ଏହି ଗ୍ରାମରେ ନଳକୂପ ଟିଏ ନଥିବା ବେଳେ ଆଖ ପାଖରେ ନାଳ କି ଝରଣା ଟିଏ ମଧ୍ୟ ନାହିଁ। ଫଳରେ ଲୋକେ ପାଣିପାଇଁ ଡହଳ ବିକଳ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ୨୦୧୯-୨୦ ମସିହାରେ ଲାଞ୍ଜିଗଡ଼ ବ୍ଳକ ପ୍ରଶାସନ ପକ୍ଷରୁ ୪ କିଲୋମିଟର ଦୂର କୁନାକାଡୁ ଗାଁ ଝରଣାରୁ ୫ ଲକ୍ଷ ଅଟକଳ ମୂଲ୍ୟ ବିନିମୟରେ ପାଇପ ଯୋଗେ ଗାଁକୁ ପାଣି ଯୋଗାଇ ଦିଆଯାଇଛି। କିଛିଦିନ ଠିକ ଭାବେ ଗାଁକୁ ଜଳ ଯୋଗାଣ ହେବା ପରେ ବାରମ୍ବାର ପାଇପ ଫାଟିଯିବା ଯୋଗୁଁ ଆଜିକୁ ୪ ମାସ ହେଲା ପାଇପରେ ପାଣି ଆସୁନାହିଁ। ନିମ୍ନ ମାନର ପାଇପ ଯୋଗୁଁ ବିଭିନ୍ନ ସ୍ଥାନରେ ପାଇପ ଫାଟିଯିବା ଫଳରେ ସେହି ପାଇପରେ ଆବର୍ଜନା ପାଣି ସହିତ ସାପ, କିଟପଟଙ୍ଗ,ବେଙ୍ଗ ମରିକି ପଡିଥିବା ଲୋକେ ପ୍ରକାଶ କରିଛନ୍ତି।ଆଜିକୁ ୬ ମାସ ତଳେ ମଲା ସାପ ପାଇପରେ ବାହାରିବା ଥିବା ବେଳେ ଲୋକେ ପ୍ରାୟ ୧ ମାସ ପାଣି ବ୍ୟବହାର କରିନଥିଲେ। ବାରମ୍ବାର ଦୂଷିତ ପାଣି ବ୍ୟବହାର କରି ନାନାଦି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ୪ ମାସ ହେଲା ଗାଁକୁ ଆସିଥିବା ପାଇପ ବିଭିନ୍ନ ସ୍ଥାନରେ ପାଟିଥିବା ଯୋଗୁଁ ପାଣି କମ ପରିମାଣରେ ବାହାରୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଗାଁରେ ସିଣ୍ଟେସ୍କ ଟାଙ୍କି ସହିତ ଫିଲଟର ମେସିନ ମଧ୍ୟ ଲଗା ଯାଇଛି। କିନ୍ତୁ ପାଇପଟି ଫାଟି ଯାଇଥିବା ଯୋଗୁଁ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁ ନାହିଁ।ଏନେଇ ଦାଇତ୍ୱରେ ଥିବା ଯନ୍ତ୍ରୀ ଓ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେବି କେହି ଶୁଣୁନଥିବା ଗାଁ ଲୋକେ କହିଛନ୍ତି।


ଆଜିକୁ ପ୍ରାୟ ୪୦ ବର୍ଷ ହେଲା ଗାଁରେ ନଳକୂପ ନଥିଲା। ଗାଁ ଲୋକେ ୪ କିମି ଦୂର ଯାଇ ନାଳ ଓ ନିୟମଗିରି ଝରଣାରୁ ଦୂଷିତ ପାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରି ନାନାଦି ରୋଗରେ ଆକ୍ରାନ୍ତ ହେଉଥିଲେ। ଏହା ପରେ ୨୦୧୬ ମସିହାରେ ଆଇଟିଡିଏ ପକ୍ଷରୁ ସୋଲାର ପମ୍ପ ଲଗାଯାଇଥିଲା। ତାହା ମାତ୍ର ଦୁଇ ମାସ ଠିକ ଭାବେ ଚାଲିଲା। ପରେ ଅଚଳ ହୋଇ ଯାଇଥିଲା। ଗାଁ ଲୋକଙ୍କ ଅଭିଯୋଗ ପରେବି ତାହାକୁ ଆଉ ବନାଗଲାନାହିଁ। ଏହା ପରେ ବ୍ଳକ ପକ୍ଷରୁ କୁନାକାଡୁ ଗାଁ ଝରଣାଠାରୁ ସିଧାସଳଖ ପାଇପ ଲାଇନ ଗାଁକୁ ବିଛାଇ ଜଳ ଯୋଗାଣ କରାଗଲା।କିନ୍ତୁ ସେହି ପାଣିରେ କୀଟପତଙ୍ଗ, ବନ୍ୟଜନ୍ତୁର ଚଳପ୍ରଚଳ ଓ ବର୍ଷା ହେଲେ ଗୋଳିଆ ପାଣି ଆସୁଥିବା ଯୋଗୁଁ ପାନୀୟ ଜଳ ରୂପେ ବ୍ୟବହାର କରି ପାରିଲେ ନାହିଁ। ଗାଁର ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।


ଏହାପରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ତତ୍କାଳୀନ ବିଡିଓ ବାସୁଦେବ ନାୟକ, ଏବିଡ଼ିଓ ବିଭୂତି ଭୂଷଣ ଶତପଥୀ, ବ୍ଳକ ଗ୍ରାମ ଓ ପରିମଳ କନିଷ୍ଠ ଯନ୍ତ୍ରୀ ଦସମନ୍ତ ମାଝୀ, ତତ୍କାଳୀନ ପିଇଓ ବିକ୍ରମ ମାଝୀ ଜିଆରଏସ୍ ଅରବିନ୍ଦ ମହାନ୍ତି ପ୍ରମୁଖ ତାଡିଝୁଲା ଗାଁକୁ ଗସ୍ତକରି ଲୋକଙ୍କ ପାଣି ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଗାଁ ଲୋକଙ୍କୁ କହିଥିଲେ ଯେ ଗାଁର ଉପର ମୁଣ୍ଡରେ ଥିବା କୁନାକାଡୁ ଗାଁ ଝରଣାରେ ଟାଙ୍କି ନିର୍ମାଣ କରାଯାଉଛି। କମ ଦିନ ମଧ୍ୟରେ କାମ ଶେଷ ହେବ। ଗାଁ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଦେବାର ବ୍ୟବସ୍ଥା କରାଯିବ ଓ ଝରଣାରୁ ୪ କିମି ଦୂର ସିଧାସଳଖ ଆସିଥିବା ପାଇପ ପାଣିକୁ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତି ମଧ୍ୟରେ ପ୍ରାୟ ୧ ବର୍ଷ ବିତିଯାଇଥିଲା କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା। ପୁଣି ବ୍ଳକ ପ୍ରଶାସନ ପକ୍ଷରୁ ଗାଁଠାରୁ ୨ ଶହ ମିଟର ଦୂରରେ ଏକ ନନ୍ଦି କୂଅ ତିଆରି କରାଗଲା। ତାହା ମଧ୍ୟ ସମ୍ପୂର୍ଣ୍ଣ ନହୋଇ ଅଧାରେ ରହିଲା।ବ୍ଳକ ପ୍ରଶାସନ ଆଉ ଧ୍ୟାନ ଦେଇନଥିଲେ।

ପୁଣି ଅଭିଯୋଗ ପରେ ତତ୍କାଳୀନ ତହସିଲଦାର ସରୋଜ ପଟ୍ଟନାୟକ ଗାଁକୁ ଗସ୍ତ କରି ଗାଁ ଲୋକେ କିପରି ସୁବିଧା ପାଇ ପାରିବେ ଲୋକଙ୍କ ବିଭିନ୍ନ ସମସ୍ୟା କିପରି ଦୂର ହେବ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ତେବେ ସେ ସଫଳ ହେବା ପୂର୍ବରୁ ତାଙ୍କର ବଦଳି ହୋଇ ଯାଇଥିଲା।ଇତି ମଧ୍ୟରେ ବ୍ଳକ ପ୍ରଶାସନ ପକ୍ଷରୁ କୁନାକାଡୁ ଗାଁ ଝରଣାରେ ଚାଲିଥିବା ପାଣିଟାଙ୍କି କାମ ଶେଷ ହୋଇଥିଲା।ସେଠାରୁ ୪ କିମି ଦୂର ପାଇପ ଯୋଗେ ଗାଁକୁ ପାଣି ଆସିବା ପାଇଁ ୨୦୧୯-୨୦ ମସିହାରେ ପ୍ରାୟ୫ ଲକ୍ଷରୁ ଅଟକଳ ମୂଲ୍ୟ ବିନିମୟରେ ପାଇପ, ସିଂଟେକ୍ସଟାଙ୍କି ଓ ଫିଲଟର ମେସିନ ଗାଁରେ ଲଗାଗଲା। ମାତ୍ର କିଛି ମାସ ଚାଲିବା ପରେ ନିମ୍ନ ମାନର କାମ ଯୋଗୁଁ ପାଇପ ଫାଟି ଯିବା ଫଳରେ ପୂର୍ବ ପରି ପରିସ୍ଥିତି ପୁଣି ଦେଖିବାକୁ ମିଳିଛି। ଆଜିକୁ ୪ ମାସ ହେଲା ଗାଁରେ ଜଳଯୋଗାଣ ବନ୍ଦ ରହିଥିବା ବର୍ତ୍ତମାନ ଗାଁରେ ଜଳ ସଙ୍କଟ ଦେଖାଦେଇଛି। ଏହି ଗାଁର ସମସ୍ୟା ପ୍ରତି ଜିଲ୍ଲା ସ୍ତରୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଗାଁ ଲୋକେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଦାବି କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.