ଓଭରବ୍ରିଜ ରାସ୍ତାରୁ ଉଠିଲାଣି ପିଚୁ, ଦିଶିଲାଣି ଲୁହାଛଡ

● ମୂଳରୁ ଶେଷ ପର୍ଯ୍ୟନ୍ତ ଖାଲଖମାରେ ଭରି ରହିଛି ଓଭରବ୍ରିଜ୍ ରାସ୍ତା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସହରର ପୂର୍ତ ବିଭାଗ ଅଧିନରେ ଥିବା ଭିଆଇପି ରାସ୍ତା ଏବେ ଚକମକ କରୁଛି । ଜୋରସୋରରେ ଚାଲିଛି ରାସ୍ତା କାମ । ସ୍ଥାନୀୟ ଡିଆଇବି ଛକ ଠାରୁ ଆରମ୍ଭ କରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଦେଇ ଜିଲ୍ଳା ଏସ.ପି.ଙ୍କ କାର୍ଯ୍ୟାଳୟ ଛକରୁ ପୁଣି କପିଳାସ ଛକ ପର୍ଯ୍ୟନ୍ତ ଭିଆଇପି ରାସ୍ତା ଉପରେ ନୂତନ ରାସ୍ତା ନିର୍ମାଣ କରୁଛି ପୂର୍ତ ବିଭାଗ । ଏହି ଭିଆଇପି ରାସ୍ତା ମଧ୍ୟରେ ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଳାପାଳ, ଏସ.ପି.ଜିଲ୍ଳା ସଂସ୍କୃତି,ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପରିବହନ କାର୍ଯ୍ୟାଳୟ ସହ ସାର୍କିଟ୍ ହାଉସ ରହିଛି ।

Omkar Vasthu
Omkar Vasthu


ଏହି ରାସ୍ତାରେ ନିୟମିତ ଭାବେ ଜିଲ୍ଳାପାଳଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯାତାୟାତ କରିଥାନ୍ତି । ତେଣୁ ଏହି ରାସ୍ତାକୁ ଗୁରୁତ୍ୱ ଦେଇ ପୂର୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟକୁ ସଠିକ୍ ଭାବେ କରାଯାଉଥିବା ବେଳେ ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ ରାସ୍ତାର ବେହାଲ ଅବସ୍ଥାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନ ଥିବା ପରିଲିକ୍ଷିତ ହେଉଛି । ୩୨୬ନମ୍ବର ଜାତୀୟ ରାଜପଥ ମଧ୍ୟରେ ଥିବା ଏହି ରାୟଗଡ ସହରର ଓଭରବ୍ରିଜ ଏବେ ବର୍ଷା ହେଲେ ଇର୍ଷା କରୁଛି ଭଳି ଦେଖିବାକୁ ମିଳୁଛି । ଖାଲଖମାକୁ ମରାମତି କରାଯାଇ ପୋତି ସମତଳ କରାଯାଉଥିବା ବେଳେ ସାମାନ୍ୟ ବର୍ଷାରେ ଉଠିପଡିଲାଣି ଓଭରବ୍ରିଜର ପିଚୁ । ଫଳରେ ବର୍ଷା ପାଣିରେ ଲୁଚିଥିବା ଖାଲଖମାରେ ପଡି ସଡକ ଦୁର୍ଘଟଣାରେ ଅନେକ ଗାଡି ଚାଳକ ଆହତ ହେଉଥିବା ନଜରକୁ ଆସୁଛି ।

Pearl dental clinic
Near Ashish Medical Store, Bhawanipatna


ଓଭରବ୍ରିଜ ଆରମ୍ଭରୁ ଶେଷ ମଧ୍ୟରେ ଖାଲି ଖାଲଖମା ଭରି ହୋଇଛି । ଯେଉଁ ସବୁ ପିଚୁ ପକାଯାଇଥିଲା ତାହା ଟାଣ ଖରାରେ ତରଳି କଡକୁ ମାଡି ଯାଇଛି । ସେହିପରି ଓଭରବ୍ରିଜର ଦୁଇପାଶ୍ୱର୍ରେ ଥିବା ସୁରକ୍ଷା ପାଚେରୀରେ ବଡ ବଡ ଗଛଲତାଗୁଡିକ ବଢିବାରେ ଲାଗିଛି । ଯାହାକି ଆଗାମୀ ଦିନରେ ବ୍ରିଜକୁ ଆହୁରି ଦୁର୍ବଳ କରିବାରେ ସହାୟକ ହେବ । ଏ ନେଇ ଜାତୀୟ ରାଜପଥ ଉପବିଭାଜନ ରାୟଗଡ ବିଭାଗର କନିଷ୍ଠ ଯନ୍ତ୍ରୀ କିଶୋର ସିଂଙ୍କୁ ପଚାରିବାରୁ ଗତ ଏକ ମାସ ମଧ୍ୟରେ ଖାଲଖମାଗୁଡିକୁ ମରାମତି କରାଯାଇଥିବା ବେଳେ ପୁଣି ବର୍ଷା ଯୋଗୁଁ ଉଠି ପଡିଥିବାରୁ ଆଗାମୀ ଦିନରେ ମରାମତି କରାଯିବ ବୋଲି କହିବା ସହ ଉଠିଥିବା ଗଛଲତାଗୁଡିକୁ ମଧ୍ୟ ଯଥାଶୀଘ୍ର କଟାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery


ଏହି ଓଭରବ୍ରିଜ ଦେଇ ରାୟଗଡ ସହରରୁ ପଡୋଶୀ ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି,ନବରଙ୍ଗପୁର ଓ କୋରାପୁଟ ଜିଲ୍ଳାକୁ ସିଧାସଳଖ ସଂଯୋଗ କରାଯାଉଥିବା ବେଳେ ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶକୁ ମଧ୍ୟ ଯୋଗାଯୋଗ ହୋଇପାରୁଛି । ଜିଲ୍ଳାରେ ଥିବା ଶିଳ୍ପାନୁଷ୍ଠାନଗୁଡିକୁ ଅନେକ ମାଲବାହୀ ଗାଡି ଏହି ଓଭରବ୍ରିଜ ଦେଇ ଯାତାୟାତ କରୁଛନ୍ତି । ସେହିପରି ସହରବାସୀଙ୍କ ନିୟମିତ ରାସ୍ତା ହୋଇଥିବା ଏହି ଓଭରବ୍ରିଜ ଦେଇ ଦୈନିକ ଶତାଧିକ ଅଟୋରିକ୍ସା,ବସ ସେବା,ଆମ୍ବୁଲାନ୍ସ ସେବା ଚାଲୁ ରହିଥିବା ବେଳେ ରାସ୍ତାର ବେହାଲ ଅବସ୍ଥାରେ ଅତିଷ୍ଠ ହୋଇପଡିଛନ୍ତି ସହରବାସୀ । ଓଭରବ୍ରିଜର ଏହି ରାସ୍ତାର ସ୍ଥାୟୀ ମରାମତି ପାଇଁ ସହରବାସୀ ଦାବି କରୁଥିବା ବେଳେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ବିଭାଗର ଦୃଷ୍ଟି ଆର୍କଷଣ କରିବା ପାଇଁ ମଧ୍ୟ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.