କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପ୍ରାଣୀ ଚିକତ୍ସା ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାଗଣାରେ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି। ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୩୪ ଜଣ ମାା’ ମାନଙ୍କୁ ଆନ୍ତର୍ଭୂକ୍ତ କରାଯାଇ ଜଣଙ୍କୁ ୨୫ ଟି ଲେଖାଏଁ କୁକୁଡ଼ା ଚିଆଁ ମାଗଣାରେ ବଣ୍ଟନ କରାଯାଇଛି।
ବ୍ଲକର ଗୋଷ୍ଠି ପ୍ରାଣୀ ଚିକତ୍ସା ଅଧିକାରୀ ଡା. ଭୁବନ ମୋହନ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ପ୍ରଧାନ, ବ୍ଲକ ପ୍ରାଣୀ ଚିକତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ଭୋଇ, ବ୍ଲକ ଅତିରିକ୍ତ ଚିକତ୍ସା ଅଧିକାରୀ ଡା. ନେତ୍ର ପ୍ରକାଶ ଭାରତୀ ଉପସ୍ଥିତିରେ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷିରେ ଡ଼ା. ସାହୁ କହିଥିଲେ ଯେ, ମା’ ମାନେ ଏହାକୁ ଭଲ ଭାବେ ପାଳନ କରି ଉଭୟ ମାଂସ ଓ ଅଣ୍ଡା ଉତ୍ପାଦନ କରି ନିଜ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ।