ମାଁ ହୀରାନୀଳା ମହାବିଦ୍ୟାଳୟର ଦୁର୍ନୀତି ଘଟଣା: କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗିଲା ପ୍ରଶାସନ

ଲାଞ୍ଜିଗଡ଼: ବିଶ୍ବନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ନିଯୁକ୍ତିର ପ୍ରୋଲଭନ ଦେଖାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ କରୁଥିବା ବେଳେ ଅଧ୍ୟକ୍ଷ ଶ୍ରୀ ସାହୁ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିଲା। ଏନେଇ ଶ୍ରୀ ସାହୁ ବହୁଦିନ ଧରି ଅନୁପସ୍ଥିତ ରହିଥିବା ଯୋଗୁଁ ତାଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ଅନେକ କାଗଜପତ୍ର ସେହି କାର୍ଯ୍ୟାଳୟରେ ବନ୍ଦ କରିବା ଯୋଗୁଁ କଲେଜର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

Omkar Vasthu
Omkar Vasthu


ଏହାକୁ ଦୃଷ୍ଟିରେ ରଖି ଅଭିଯୋଗ ପରେ ଲାଞ୍ଜିଗଡ଼ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ବରେ ଆସି କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ଥିବା ଜଣାପଡିଛି। ବିଶ୍ଵନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ଵରେ ଥିବା ପ୍ରଶ୍ନନ କୁମାର ସାହୁଙ୍କ ଉପସ୍ଥିତରେ ଅଧ୍ୟକ୍ଷ କାର୍ଯ୍ୟାଳୟର ତାଲା ଭାଙ୍ଗି କାର୍ଯ୍ୟାଳୟର ଦାଇତ୍ୱ ପ୍ରଶ୍ନନ ସାହୁଙ୍କୁ ଦେଇଥିବା ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୋନାଙ୍ଗା ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.