ଭବାନୀପାଟଣା: ଭବାନୀପାଟଣା ନିବାସୀ ସୁଲୋଚନା ସାହୁଙ୍କ ଆଜି ପରଲୋକ ଘଟିଯାଇଛି। ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ହୋଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷୀ, ଧର୍ମ ପରାୟଣା ମହିଳା ଥିଲେ। ମୃତ୍ୟୁ ବେଳେ ପାଖରେ ତାଙ୍କର ପୁତ୍ର ପ୍ରକାଶ, ସୁରେନ୍ଦ୍ର, ପ୍ରଭାତ, ପ୍ରଦୀପ, ପ୍ରସନ୍ନ, ପ୍ରଶାନ୍ତଙ୍କ ସହ ଝିଅ କଳ୍ପନା, ନାତି ଭାରତ, ସ୍ୱାଗତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ମଝିଆ ପୁଅ ପ୍ରଦୀପ ସାହୁ ଶିକ୍ଷକ ନେତା ଭାବେ ବେଶ ପରିଚିତ। ତାଙ୍କ ବିୟୋଗରେ ଜିଲ୍ଲାର ଅନେକ ଅନୁଷ୍ଠାନ ଶୋକପ୍ରକାଶ କରିଛନ୍ତି।