ନୂଆପଡା ଯୁବକ ସଙ୍ଘ ତରଫରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆପଡା,୧୮/୨:  ନୂଆପଡା ଯୁବକ ସଙ୍ଘ ତରଫରୁ ସ୍ଥାନୀୟ ତେଲିପଡା ଛକ ଠାରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ପାକିସ୍ତାନ ମୁର୍ଦାବାଦ  ନାରା ଦେଇ ଏକତା ଛକ ଠାରେ ପହଞ୍ଚି ଥିଲା । ସ୍ବର୍ଗତ  ଘାସିରାମ ମାଝୀଙ୍କ ପ୍ରତି ମୂର୍ତ୍ତି ସମ୍ମୁଖରେ ମହମବତୀ ଜାଳି ୨ମିନିଟ ମୌନ ରହି ପୁଲୱାମାରେ ହୋଇ ଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଥିବା ବୀର ଯବାନ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲ । ଆତଙ୍କବାଦୀ ଙ୍କ ଏହି ଉନ୍ମୁକ୍ତ କାଣ୍ଡକୁ କଡା ନିନ୍ଦା କରି ସହିଦ ହୋଇ ଥିବା ବୀର ଯବାନ ଙ୍କ ପରିବାର ଲୋକଙ୍କୁ ସମ୍ୱେଦନା ବାର୍ତା ଦେଇ ଥିଲେ ସଂଗଠନ ର ଆବାହକ ଆଭାସ ପାଢ଼ୀ ।

Omkar Vasthu
Omkar Vasthu

ଆବାହକ ଶ୍ରୀ ପାଢ଼ୀ ଙ୍କ ନେତୃତ୍ୱ ରେ ନୂଆପଡା ନଗର ର ପ୍ରତେକ ୱାର୍ଡ ରୁ ଯୁବକ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ । ନୂଆପଡା ଯୁବ ସଙ୍ଘ ତରଫରୁ ଆକାଶ ପାଢ଼ୀ, ବିଟୁ ପଣ୍ଡା, ରୋହିତ ସାହୁ, ହିତେଶ ସାହୁ, ବିଜୟ ନିଆଳ, ଅନୁଜ ପାଢ଼ୀ ତଥା ନୂଆପଡା ଯୁବକ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.