ଚିପୁଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ୍ ଚାଳକ ମୃତ

କଳାହାଣ୍ଡି, ୧|୯ (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଚିପୁଲ ନର୍ସରୀ ବୁଲାଣୀରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବୁରାଟ ଗ୍ରାମର ଦେବେନ୍ଦ୍ର ସାହୁ (୨୩) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଆଧାରରେ ଆଜି କୈାଣସି ଏକ କାର୍ଯ୍ୟରେ ଦେବେନ୍ଦ୍ର ନିଜ ଘରୁ ବାହାରି ନର୍ଲା ଅଭିମୁଖେ ଆସୁଥିବା ସମୟରେ ଚିପୁଲ ନର୍ସରୀ ନିକଟରେ ବିପରିତ ଦିଗରୁ ଆସୁଥିବା ପିକଅପ ଭେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଘଟଣା ସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ। ତାଙ୍କୁ ତୁରନ୍ତ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ (ଓଡି ୦୮ ଏଚ୍ ୨୧୧୦)ର ମାଲିକ ବାପି ବିଶ୍ବାଲ ଓ ଏହି ଗାଡିଟି ନିଳଗିରି ଚାରା ନେଇ ଯାଉଥିବା ସମୟରେ ମୃତ ଦେବେନ୍ଦ୍ର ସାହୁଙ୍କ ବାଇକ୍ (ଓଡି ୦୮ଡି ୩୧୯୯) ସହିତ ଧକ୍କା ହୋଇଥିଲା। ନର୍ଲା ପୋଲିସ ଶବ ଜବତ କରିବାସହ ଘଟଣାର ତଦନ୍ତ ଜାରି ରଖିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.