ଡ଼ା ଧରୁଆଙ୍କ ବଦଳିକୁ ବିରୋଧ : ଆନ୍ଦୋଳନ ଚେତାବନୀ

କଳାହାଣ୍ଡି, ୧|୯ (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଆଶିଷ କୁମାର ଧରୁଆଙ୍କୁ ଅନ୍ୟତ୍ର ବଦଳି ପାଇଁ କିଛି ଲୋକ ଚକ୍ରାନ୍ତ କରୁଥିବାରୁ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଯଦି ଡ଼ା. ଧାରୁଆଙ୍କୁ ଅନ୍ୟତ୍ର ବଦଳି କରାଯାଏ ତେବେ ବଡ ଧରଣର ଆନ୍ଦୋଳନ ହେବ ବୋଲି କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଚେତାବନୀ ଦେଇଛନ୍ତି କର୍ଲାମୁଣ୍ଡା ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ, ପାଣି ପଞ୍ଚାୟତ ଅଧ୍ୟକ୍ଷ ଶେଷଦେବ ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ମହିଳା ଏବଂ ଜନସାଧାରଣ। ଏହି ଦକ୍ଷ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଗଲେ କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା କର୍ଲାମୁଣ୍ଡା, କେସିଙ୍ଗା, ମ.ରାମପୁର ଓ ବଲାଙ୍ଗୀର ଜିଲ୍ଲାର ଅନେକ ଅଂଚଳବାସୀ ପ୍ରଭାବିତ ହେବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.