ଗମ୍ଭାରୀଗୁଡା ପଞ୍ଚାୟତ ଡ୍ରାଇଭର ମହାସଂଘର ନୁଆଖାଇ ଭେଟଘାଟ ଓ ନୂତନ କର୍ମକର୍ତ୍ତା ଚୟନ

କୋକସରା,(ହିରଣ୍ୟ ବେହେରା): କୋକସରା ବ୍ଲକ ଗମ୍ଭାରୀ ଗୁଡା ପଞ୍ଚାୟତ ଡ୍ରାଇଭର ମହାସଂଘ ପକ୍ଷରୁ ଗମ୍ଭାରୀଗୁଡା ମଣ୍ଡି ପ୍ରାଙ୍ଗଣରେ ନୁଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଏଡମିନ ଚଇ ଗୋପାଳଙ୍କ ଅଧ୍ୟକ୍ଷ୍ୟତାରେ ଉକ୍ତ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଏଥିରେ ଏଡମିନ ଶ୍ରୀ ଗୋପାଳ ଡ୍ରାଇଭର ମାନଙ୍କ ସୁରକ୍ଷା ଓ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସଚେତନ ମାଧ୍ୟମରେ ଡ୍ରାଇଭରମାନଙ୍କୁ ଗାଡି ଚାଳନା ସମୟରେ ମଦ୍ୟ ପାନ ନ କରିବା ଓ ୫୦ ବର୍ଷରୁ ଉର୍ଦ୍ଧ ଡ୍ରାଇଭରଙ୍କୁ ସରକାରୀ ଭତା ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନା ପାଇଁ ବକ୍ତବ୍ୟ ରଖିଥିଲେ। ଡ୍ରାଇଭର ମାନେ ପ୍ରଭୁ ଜଗନ୍ନାଥଙ୍କୁ ଧୂପ ଦୀପ ଅର୍ପଣପରେ ପରସ୍ପର ପ୍ରତି କିପରି ସହାନୁଭୂତି ରଖି ସୁଖ ଦୁଃଖରେ ସାଥି ହେବେ ସେନେଇ ଶପଥ ନେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଗମ୍ଭାରୀଗୁଡା ଡ୍ରାଇଭର ମହାସଂଘ ର ନୂତନ କର୍ମକର୍ତା ଚୟନ କରାଯାଇଥିଲା। ସଂଘର ନୂତନ ସଭାପତି ଭାବରେ ଜଗନ୍ନାଥ ଦଳପତି, ସମ୍ପାଦକ କିଶୋର ଚନ୍ଦ୍ର ଶବର, ଉପସଭାପତି ନରେନ୍ଦ୍ର ବାଗ, ସହସମ୍ପାଦକ ଦିଲୀପ ଲହଜଲ, କୋଷାଧ୍ୟକ ଭାବରେ ଚନ୍ଦ୍ରମଣିଙ୍କୁ ସର୍ବସମ୍ମତି ମନୋନୀତ କରାଯାଇଥିଲା। ଗମ୍ଭୀର ବଗର୍ତି, କୈଳାଶ ଚନ୍ଦ୍ର ହାତୀ, ଶ୍ୟାମସୁନ୍ଦର ସାଗର, ହରେକୃଷ୍ଣ କଟା, ବିଶ୍ଵାମିତ୍ର ଗହୀର, ଟଙ୍କଧର ବାଗ ପ୍ରମୁଖ ତଦାରଖ କମିଟିରେ ସ୍ଥାନ ପାଇ ବିଶେଷ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.