ମନୋରମା ମହାପାତ୍ରଙ୍କ ବିୟୋଗରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ଖୋର୍ଦ୍ଧା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଖୋର୍ଦ୍ଧା: ଲୋକ ସେବକ ମଣ୍ଡଳର ପୂର୍ବତନ ସଦସ୍ୟା, ‘ସମାଜ’ ର ପ୍ରାକ୍ତନ କାର୍ଯ୍ୟକାରୀ ସମ୍ପାଦିକା, ସୁଲେଖିକା, ବିଶିଷ୍ଟ ସାରସ୍ୱତ ସାଧିକା ତଥା ମହିଳା ସଶକ୍ତିକରଣର ଅଗ୍ରଦୂତ ମହିୟସୀ ମହିଳା ମନୋରମା ମହାପାତ୍ରଙ୍କ ପରଲୋକରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ଖୋର୍ଦ୍ଧା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆଭାସୀ ପ୍ରଣାଳୀରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଦିବଂଗତ ଆତ୍ମାଙ୍କ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ସଭାପତି ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ, ନିଶିଗନ୍ଧା ସାହିତ୍ୟ ସଂସଦର ସଭାପତି ଡ଼ଃ ରଜନୀ ରଞ୍ଜନ ଦାସ, ଉପସଭାପତି ଆଇନଜୀବି ଚିତ୍ତରଞ୍ଜନ ନନ୍ଦ, ପ୍ରତିଷ୍ଠାତା ବଳରାମ ତରାଇ, ପୃଷ୍ଠପୋଷକ କରୁଣାକର ମଲ୍ଲିକ, ସମ୍ପାଦିକା ସରସ୍ବତୀ ନାୟକ, କୌଶଲ୍ୟା ବେଉରିଆ, ଗୋବିନ୍ଦ ଚନ୍ଦ୍ର ଫାରକ, ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ, ଡ଼ଃ ରମାକାନ୍ତ ନାୟକ, ଉପଦେଷ୍ଟା ନିରଦ ଚନ୍ଦ୍ର ଜେନା, ଗଗନ ବିହାରୀ ସ୍ବାଇଁ, ବିଜୟଶ୍ରୀ ନାଥ, ଗଣେଶ ଚନ୍ଦ୍ର ଜେନା, ସଂଗଠନ ସମ୍ପାଦିକା ଅନସୂୟା ଦେବତା, ପ୍ରତିମା ପ୍ରଧାନ, ପ୍ରେମାନନ୍ଦ କୁସୁମ, ବିଶ୍ଵବିଜୟୀ ଦାଶଙ୍କ ସମେତ ଆଭାସୀରେ ଯୋଡି ହୋଇଥିବା ଅନ୍ୟମାନେ ଦିବଂଗତ ଆତ୍ମାଙ୍କର ସ୍ମୃତି ଚାରଣ କରି ଶବ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାହିତ୍ୟ ସଂସଦର ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶାନ୍ତି ପାଠ ପୂର୍ବକ ସଭା କାର୍ଯ୍ୟକୁ ବିଦାୟ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.