କୋଭିଡ ନିୟମ ଅନୁସରଣ କରି ଆୟୋଜିତ ହେବ ବିଶ୍ଵନାଥପୁର ଦୁର୍ଗାପୂଜା

● ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ

ଲାଞ୍ଜିଗଡ଼: ବିଶ୍ଵନାଥପୁର ଠାରେ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଗାଁ ଗୈାନ୍ତିଆ ପ୍ରଦିପ ଘଡେ଼ଇଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଦୁର୍ଗାପୂଜା କମିଟିର କୋଷାଧ୍ୟକ୍ଷ ଧବଳେଶ୍ଵର ଠେଲା ଗତ ବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ ଗାଇଡ୍ ଲାଇନ୍ କୁ ଅନୁସରଣ କରି ଦୁର୍ଗାପୂଜାର ସମସ୍ତ ନିତୀ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହା ପରେ ପୁରୁଣା କମିଟିକୁ ଭାଙ୍ଗି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ମନରଞ୍ଜନ ବିଶି, ଉପସଭାପତି ଅଚ୍ୟୁତାନନ୍ଦ ଘଡେ଼ଇ, ସମ୍ପାଦକ ହରିହର କୁମାର, ସହ ସମ୍ପାଦକ ଧବଳେଶ୍ଵର ଠେଲା, କୋଷାଧ୍ୟକ୍ଷ ତରୁଣ କୁମାର ଦାସ, ସହକୋଷାଧ୍ୟକ୍ଷ ତାପସ ରଞ୍ଜନ ଦଲାଇଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ଉକ୍ତ ବୈଠକରେ ବିଶ୍ବନାଥପୁରର ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପରିଶେଷରେ ଗାଁ ଗୈାନ୍ତିଆ ପ୍ରଦିପ ଘଡେ଼ଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.