ଦହଲଠାରେ କୁଲତା ଯୁବ ଶକ୍ତିର ନିଶାମୁକ୍ତି କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଂଚାୟତର ଦହଲ ଗ୍ରାମ ଠାରେ କୁଲତା ଯୁବ ଶକ୍ତି ଓଡିଶା ତରଫରୁ ନିଶାମୁକ୍ତି ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଲତା ଯୁବ ଶକ୍ତି ଓଡିଶାର ଏକ ଟିମ୍ କୁଲତା ଯୁବ ଶକ୍ତି ନିଶାମୁକ୍ତି ଅଭିଯାନ ର ରାଜ୍ୟ ସଂଯୋଜକ ଡୋଲାମଣି ପଧାନଙ୍କ ନେତୃତ୍ବରେ ଦହଲ ଗ୍ରାମକୁ ପହଂଚିବା ପରେ ଦହଲ ଗ୍ରାମ୍ୟ କୁଲତା ସମାଜ ତରଫରୁ ସେମାନଙ୍କୁ ଏକ ଶୋଭାଯାତ୍ରା ସହ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଦହଲ ଗ୍ରାମ୍ୟ କୁଲତା ସମାଜ ସହ ଯୁବ ଶକ୍ତି ର ନିଶା ନିବାରଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଦହଲ ଗ୍ରାମ୍ୟ କୁଲତା ସମାଜ ତରଫରୁ ଜଗଜୀବନ ନାଏକ ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏଥିରେ ଦହଲ ଗ୍ରାମ୍ୟ କୁଲତା ସମାଜର ବରିଷ୍ଠ ବ୍ୟକ୍ତି ପଦ୍ମଚରଣ ନାଏକ, ଦେବାନନ୍ଦ ପଧାନ, ଗାୟତ୍ରୀ ନାଏକ, ପୂର୍ଣ୍ଣିମା ନାଏକ, ସୁରେଶ କୁମାର ନାଏକ, ଆଶିଷ କୁମାର ନାଏକ, ଗଙ୍ଗାଧର ନାଏକ ପ୍ରଭୃତି ନିଶା ନିବାରଣ ସହ ବର୍ତ୍ତମାନ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି ହେବ ସେ ଉପରେ ନିଜର ମତ ରଖିଥିଲେ ଓ ଯୁବ ଶକ୍ତି ହିଁ ସମାଜର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ସାମଜରେ ପାଶ୍ଚାତ୍ଯ ସଂସ୍କୃତି ଯଥା ରିଙ୍ଗ ସେରିମନି ର ଅନୁପ୍ରବେଶକୁ ରୋକିପାରିବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୁଲତା ଯୁବ ଶକ୍ତି ଓଡିଶାର ସାଧାରଣ ସଂପାଦକ ହରିସ ଚନ୍ଦ୍ର ନାଏକ, ସଂଗଠନ ସଂପାଦକ ଜୟନ୍ତ କୁମାର ପଧାନ, ଜିତେନ୍ଦ୍ର କୁମାର ବିଶ୍ବାଳ ପ୍ରଭୃତି ସମାଜକୁ କିଭଳି ଭାବରେ ନିଶାମୁକ୍ତ କରିହେବ ଓ ସ୍ବଚ୍ଛଗ୍ରାମ ସ୍ବଚ୍ଛ ସମାଜ ଗଠନ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଠାକୁର ବିବେକାନନ୍ଦ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.