ଡୁମେରଖୋଲ ଗ୍ରାମରେ ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ

● ସ୍ଵଚ୍ଛତା ହିଁ ଉତ୍ତମ ସ୍ଵାସ୍ଥ୍ୟର ମୂଳମନ୍ତ୍ର :ସ୍ଵାସ୍ଥ୍ୟ ଶିକ୍ଷା ବିଶେଷଜ୍ଞ

ସୋନପୁର: ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବସଲାଟ ସ୍ଵାସ୍ଥ୍ୟ ଉପକେନ୍ଦ୍ର ଅର୍ନ୍ତଗତ ଡୁମ୍ଵେରଖୋଲ ଗ୍ରାମରେ ସ୍ଵାସ୍ଥ୍ୟ ସଚେତନତା ଉପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ ଏବଂ ସାଥୀ ମାନସିକ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛ ଭାରତ ମିଶନ ଉପରେ ଲୋକକଳା ପାଲା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରେ ନାଇକେନପାଲିର ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟରତ ସ୍ଵାସ୍ଥ୍ୟଶିକ୍ଷା ବିଶେଷଜ୍ଞ ପ୍ରଦ୍ୟୁମ୍ନ କୁମାର ସାହୁ ଉପସ୍ଥିତ ରହି ମୂଳରୁ ସଚେତନ ରହିଲେ ମାନସିକ ରୋଗକୁ ଦୂରେଇ ହେବ ବୋଲି କହିବା ସହ ସ୍ଵଚ୍ଛତା ହିଁ ଉତ୍ତମ ସ୍ଵାସ୍ଥ୍ୟର ମୂଳ ମନ୍ତ୍ର ବୋଲି ଉଲ୍ଲେଖ କରିଥିଲେ ଏବଂ ସାଂପ୍ରତୀକ କୋଭିଡ ମହାମାରୀରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ କୋଭିଡ ଟୀକାନେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ଶାଖାରୁ ରୋଗୀ ସେବାକର୍ମୀ ଜ୍ଞାନଜିତ ଶତପଥୀ, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ସରୋଜ କୁମାର ଗାନ, ମହିଳା ସ୍ଵାସ୍ଥ୍ୟକର୍ମୀ ସୁସ୍ମିତା ସୁନା, ଆଶା ଗୀତାଞ୍ଜଳି ରଣା, ଅଙ୍ଗନବାଡି କର୍ମୀ ଚନ୍ଦ୍ରକାନ୍ତି ବାଗ ଉପସ୍ଥିତ ଲୋକଙ୍କୁ ଲିଫଲେଟ ବଣ୍ଟନ ସହ ବିଭିନ୍ନ ସ୍ଵାସ୍ଥ୍ୟ ଭିତ୍ତିକ ସମସ୍ୟା ଉପରେ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.