ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କୋକସରା, (ହିରଣ୍ୟ ବେହେରା): କୋକସରା ଗୋଷ୍ଠି ସାଧନ କେନ୍ଦ୍ର ପକ୍ଷରୁ ଶନିବାର କୋଭିଡ କଟକଣା ମଧ୍ୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ନାଗେଶ୍ୱର ପ୍ରଧାନ ଯୋଗଦେଇଥିଲେ । ବିଆର୍‌ସିସି ତୋଫାନ ମାଝୀ, ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସନତ କୁମାର ପ୍ରଧାନୀ, ଦୁଷ୍ମନ୍ତ ପାଟ୍ଟଯୋଷୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

Omkar Vasthu
Omkar Vasthu


ଏହି ଅବସରରେ ବ୍ଲକସ୍ତରୀୟ ବକୃତା ପ୍ରତିଯୋଗିତାରେ ବୁଢ଼ାରଜା ହାଇସ୍କୁଲର ଛାତ୍ର ରୋଶନ ଦାସ (ପ୍ରଥମ), ଗ୍ରୁପ ଡେନ୍ସ କାର୍ଯ୍ୟକ୍ରମରେ ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଥମ ହୋଇଥିବାବେଳେ ଚିତ୍ରାଙ୍କନ ରେ ଚିକିଲି ହାଇସ୍କୁଲ ଛାତ୍ର ରାହୁଲ ସାହୁ, ସ୍ଲୋ ସଙ୍ଗୀତରେ ଆମପାଣି ବୁଢ଼ାରଜା ହାଇସ୍କୁଲ ଛାତ୍ରୀ ସଂଗୀତା ସୁନାନୀ ଓ ପ୍ରବନ୍ଧ ଲିଖନରେ ମୋଟେର ହାଇସ୍କୁଲ ଛାତ୍ରୀ ସାଇନା ମୁଣ୍ଡ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ସି.ଆର.ସି.ସି ବୈକୁଣ୍ଠ ଜାଲ ଅତିଥି ପରିଚୟ ପ୍ରଦାନ କରିବାସହ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଶୋଭାଚନ୍ଦ୍ର ବାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ଭାଗ୍ୟବାନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.