ନନ୍ଦଘର ଠାରେ ପାଳିତ ହେଲା ଶିଶୁ ଦିବସ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ୨୫ ଗୋଟି ନନ୍ଦଘର ଠାରେ କୋଭିଡ କଟକଣା ମଧ୍ୟରେ ଶିଶୁଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ସର୍ଗିଗୁଡ଼ା ଗ୍ରାମପଞ୍ଚାୟତ ଅଧିନ ଉଲିସିର୍କା ନନ୍ଦଘର ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଶିଶୁ ଦିବସ ପାଳିତ ହୋଇଥିଲା।


ନନ୍ଦଘର କ୍ଲଷ୍ଟର୍‌ କୋର୍ଡିନେଟର୍‌ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ସମାରୋହରେ ଶିଶୁଙ୍କୁ ଶୀତବସ୍ତ୍ର ଓ ଜୋତା ବଣ୍ଟନ କରାଯାଇ ଥିଲା। ଉଲିସିର୍କା ୱାର୍ଡସଭ୍ୟା ମଇନା ଗଉଡ଼ଙ୍କ ଉପସ୍ଥିତିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଫୋଟୋ ଚିତ୍ରରେ ଫୁଲ, ଦୀପ ଦେଇ ତାଙ୍କରି ସ୍ମୂତି ଚାରଣ କରାଯାଇଥିଲା।

ଅଙ୍ଗନୱାଡ଼ି କର୍ମୀ ନନ୍ଦିନୀ ବିଶ୍ୱାଳ, ମାତୃ କମିଟିର ନମିତା ସା ଶିଶୁଦିବସର ବାର୍ତ୍ତା ସହ ଶିଶୁଙ୍କ ଭବିଷ୍ଯତ ଉପରେ ଆଲୋକ ପାତ କରିଥିଲେ।


ନନ୍ଦଘର ତରଫରୁ ଅଭିଭାବକ ଓ ଶିଶୁ ମାନଙ୍କୁ ତିଲକ, ଚନ୍ଦନ ଫୁଲ ଦେଇ ସ୍ୱାଗତ କରାଯାଇ ଥିଲା। ଯାଞ୍ଚ କମିଟିର ସଭ୍ୟା ସବିତା ମାଝୀ, ବନିତା ମାଝୀ, ସୁଦେବୀ ଗଉଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.