କବିତା: ଧରତୀ ଆବା

Omkar Vasthu
Omkar Vasthu

✒️କ୍ଷିତିଶ ଚନ୍ଦ୍ର ମାଝୀ

ହେ ଜନନାୟକ ଜିଅନ୍ତା ଠାକୁର
ଧରତୀ ଆବା ତୁମେ ଅଟ,
ସଂଗଠିତ ହୋଇ ଲଢେଇ କରିବା
ଦେଖାଇଛ ଆଜି ବାଟ ।।

Pearl dental clinic
Near Ashish Medical Store, Bhawanipatna

ଅଠରଶହ ସାଲ ନଭେମ୍ବର ପନ୍ଦର
ଗୁରୁବାର ଦିନ ଟାରେ,
ଜନମ ଲଭିଲ ବିହାର ରାଜ୍ୟର
ଓଳିହାତୁ ଗ୍ରାମ ଠାରେ ।।

Udyog Nursery
Udyogi Nursery

ଧନ୍ୟସେଇ ମାଆ କରମି ହାତୁ
ପିତା ଶାଗ୍ନା ମୁଣ୍ଡା ଜାଣ,
ଧନ୍ୟ ହୋଇଗଲା ଆଦିବାସୀ କୁଳ
ତୁମକୁ ଜନ୍ମ ଦେଇଣ ।।

ଜାଣିଥିଲ ତୁମେ ଶିକ୍ଷା ବିନା କେବେ
କିଛି କରି ହେବ ନାହିଁ,
ପାଠ ପଢା ପାଇଁ ଖ୍ରୀଷ୍ଟ ଧର୍ମ ନେଲ
ସମାଜ ମଙ୍ଗଳ ପାଇଁ ।।

ପାଠପଢା ସାରି ଧର୍ମ ତ୍ୟାଗ କରି
ଗାଆଁ କୁ ଫେରି ଆସିଲ,
ଗୋରା ସରକାର ମହାଜନ ଙ୍କର
ଦେଖି ତୁମେ ଅତ୍ୟାଚାର ।।

ସଂଗଠିତ କଲ ଆଦିବାସୀ ଦଳ
କର ବନ୍ଦ କରାଇଲ,
ଏଥିପାଇଁ ବୋଲି ଅଢେଇ ବରଷ
କାରାଦଣ୍ଡ ଭୋଗିଥିଲା ।।

ଗାଁ ଗାଁ ବୁଲି ଏକଜୁଟ କରି
ଜନସଚେତନ କଲ,
ହଇଜା ରୋଗ ରୁ ମୃତ୍ୟୁ ମୁଖରୁ
ଲୋକଙ୍କୁ ବଞ୍ଚାଉ ଥିଲ ।।

ଏଥିପାଇଁ ତୁମେ ଭଗବାନ ହେଲ
ଆଦିବାସୀ ସମାଜରେ,
ହିଂସା, ମଦ ଓ ଅନ୍ଧବିଶ୍ୱାସ କୁ
ଲାଗିଲ ଦୁରେଇ ବାରେ ।।

ଜଳ, ଜମି, ଜଙ୍ଗଲ ନିୟମ ପାଇଁକି
ଇଂରେଜ ସାଥିରେ ଲଢ଼ିଲ,
ଧନୁ ତୀର ଧରି “ଉଲଗୁନାନ “ଡାକରେ
ଇଂରେଜ କୁ ପରାସ୍ତ କଲ ।।

ଲଢେଇ କରିଲ ଆଦିବାସୀ ହକ
ସଂସ୍କୃତି ପରମ୍ପରା ପାଇଁ,
ଗୁପ୍ତଚର ଯୋଗୁଁ ଧରାହେଲ ଶେଷେ
ଡୁମ୍ବୁରି ପାହାଡ଼େ ଯାଇ ।।

ଉଣେଇଶ ସାଲେ କାରାକକ୍ଷ ପରେ
ପଚିଶ ବର୍ଷ ବୟସରେ,
ଇଂରେଜ ସର୍କାର ସ୍ଲୋ ପଏଜନ ଦେଇ
ତୁମକୁ ହତ୍ୟା କଲେ ।।

ତୁମେସିନା ଗଲ ଏ ଧରା ଧାମ ରୁ
ପଦଚି଼ହ୍ନ ଛାଡି କରି,
ସଂଗଠିତ ହୋଇ ହକ ପାଇଁ ଲଢ଼ି
ଏ ବାରତା ଦେଇ କରି ।।

ଖମନ ପଡା, ନର୍ଲା, କଳାହାଣ୍ଡି
ମୋ: ୭୮୯୪୮୭୨୩୬୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.