ଏକ ଭାରତ ଶ୍ରେଷ୍ଠ ଭାରତ ନିର୍ମାଣ ବିଷୟ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ

କଳାହାଣ୍ଡି, (ବର୍ଦ୍ଧମାନ ଜୈନ): ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ଜୀଙ୍କ ସୁଶିଷ୍ୟ ମୁନି ଜିନେଶ କୁମାର ଜୀଙ୍କ କେସିଙ୍ଗା ସ୍ଥିତ ତେରାପନ୍ଥ ଭବନରେ ଚାତୁର୍ମାସ ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ନିର୍ମାଣ ବିଷୟ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମୁନି ପରମାନନ୍ଦ କୁମାର ଜୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ମୁନି ଶ୍ରୀ ଜିନେଶ କୁମାର ଜୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ନିର୍ମାଣ କରିବାରେ ବୁଦ୍ଧିଜୀବୀମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ବାଲମୁନୀ ପୁନାଲ କୁମାର ଜୀ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu


ଏହି ଅବସରରେ ଭୁବନେଶ୍ୱର ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ୨୪ ବର୍ଷର ଚାକିରି ଜୀବନର ଅନୁଭୁତି ଉପରେ ପ୍ରକାଶ କରି କହିଥିଲେ ଯେ, ଜୀବନର ଅର୍ଥ କେବଳ ଅନୁଭୁତି ।ହଜାର ହଜାର ପ୍ରକାରର ଅନୁଭୂତି ଯାହାକୁ ଅନୁଭବ କହିବା ଦିନସାରା ଆସିଥାଏ । ଅନୁଭବ ଯୋଗୁଁ ଆମେ ନିଜେ ନିଜକୁ ଗଢିପାରିଛୁ । ହଜାର ହଜାର ଲୋକଙ୍କ ଜୀବନ ସହିତ ନିଜ ଜୀବନକୁ ଯୋଡିବା ଲକ୍ଷ୍ୟ ନେଇ ରାଜନୀତିକୁ ପ୍ରବେଶ କରିଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଏକ ଭାରତ ଶ୍ରେଷ୍ଠ ଭାରତ ନିର୍ମାଣ କରିବାକୁ ହେଲେ ଦଳ, ମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ବିକାଶ ଉପରେ ଚିନ୍ତା କରିବା ଆବଶ୍ୟକ ବୋଲି କହିବା ସହ ସକରାତ୍ମକ ଚିନ୍ତାଧାରା ରଖି କାମ କଲେ ନିଶ୍ଚୟ ସଫଳ ମିଳିବ ବୋଲି ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବରେ ପଦମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଯୋଗଦାନ କରିଥିବା ବେଳେ ଓଡିଶା ପ୍ରାନ୍ତୀୟ ଜୈନ ଶେତାମ୍ବର ତେରାପନ୍ଥୀ ସଭା କେସିଙ୍ଗା ଶାଖାର ସଭାପତି ମଙ୍ଗତରାମ ଜୈନ ଓ ନବୀନ କୁମାର ଜୈନ ଉପସ୍ଥିତ ରହିଥିଲେ ।


ଓଡ଼ିଶା ପ୍ରାନ୍ତୀୟ ଜୈନ ଶେତାମ୍ବର ତେରାପନ୍ଥୀ ସଭାର ସଭାପତି ମୁକେଶ କୁମାର ଜୈନ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବା ସହ ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀ ପୂର୍ବରୁ କନ୍ୟା ଓ ମହିଳା ମଣ୍ଡଳ ପକ୍ଷରୁ ପ୍ରଥମେ ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ଶେଷରେ ଓଡ଼ିଶା ପ୍ରାନ୍ତୀୟ ଜୈନ ଶେତାମ୍ବର ତେରାପନ୍ଥୀ ସଭାର ସାଧାରଣ ସଂପାଦକ ଅନୁପ କୁମାର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.