ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ସୋମବାର ବିର୍ସା ମୁଣ୍ଡାଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। କୋକସରା ବ୍ଲକ ଆଦିବାସୀ ସଂଘ ସଭାପତି ହେମନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Omkar Vasthu
Omkar Vasthu


ଆଦିବାସୀ ଆନ୍ଦୋଳନର ସୂତ୍ରଧର ବିର୍ସା ଇଂରେଜ ଶାସନ ବିରୁଦ୍ଧରେ ଲଢି ନିଜ ଜୀବନକୁ ମାତୃଭୂମି ପାଇଁ ବଳିଦାନ ଦେଇଥିଲେ। ତାଙ୍କ ଜନ୍ମ ତିଥି ଅବସରରେ ଆଜି କୋକସରା ବ୍ଲକ ରେ ଆଦିବାସୀ ସଂଗଠନ ପକ୍ଷରୁ ଜିଲ୍ଲା ଆଦିବାସୀ କାର୍ଯ୍ୟକାରିଣୀ ସଦସ୍ୟ ନୀଳକଣ୍ଠ ମାଝୀ, ମଦନ ପାତ୍ର, ଛବିଲାଲ ପୁଝାରି, କେଶ ମାଝୀ, ପଙ୍କଜ ମାଝୀ, କ୍ଷୀରସିନ୍ଧୁ ନେଗି, ଧର୍ମାନନ୍ଦ ନେଗି, ଶରତ ଚନ୍ଦ୍ର ପୁଝାରି, କୋକସରା ବ୍ଲକ ସଂପାଦକ ତ୍ରିନାଥ ଶବର, କୋଷାଧ୍ୟକ୍ଷ ତଥା ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.