ଲାଞ୍ଜିଗଡ଼ ରୋଡ଼ ଜଙ୍କସନ୍‌କୁ ଅଣଦେଖା, ବଢୁଛି ଜନ ଅସନ୍ତୋଷ

● ତେଜୁଛି ଭୁବନେଶ୍ୱର-ଜୁନାଗଡ ରୋଡ ଏକ୍ସପ୍ରେସ୍ ରହଣୀ ଦାବି

ଲାଞ୍ଜିଗଡ଼: ପୂର୍ବତଟ ରେଳପଥ ଅଧୀନସ୍ଥ ସମ୍ବଲପୁର ଡିଭିଜନର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରୋଡ ରେଳ ଜଙ୍କସନ ପରିଚିତ। ଦୈନିକ ଶତାଧିକ ରେଳ ଏହି ଜଙ୍କସନ ଦେଇ ଯାତାୟତ କରୁଥିବାବେଳେ କଳାହାଣ୍ଡି, ରାୟଗଡା, କନ୍ଧମାଳ ଆଦି ଜିଲ୍ଲାର ଶତାଧିକ ଗାଁର ଲୋକେ ଏହି ରେଳ ଜଙ୍କସନ ଉପରେ ନିର୍ଭର କରନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ଜୁନାଗଡ ରୋଡ-ଭୁବନେଶ୍ୱର ଓ ଭୁବନେଶ୍ୱର- ଜୁନାଗଡରୋଡ ଏକ୍ସପ୍ରେସ୍ ଦୈନିକ ଏହି ରେଳପଥ ଦେଇ ଯାତାୟତ କରିଥାଏ। ଲକଡାଉନ୍ ସମୟରେ ଏହା ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଗତ ବର୍ଷକ ତଳୁ ଏହି ଏକ୍ସପ୍ରେସ୍ ପୁଣିଥରେ ଗଡିବା ଆରମ୍ଭ କରିଛି। ତେବେ ରେଳ ବିଭାଗ ପକ୍ଷରୁ ଏହି ଟ୍ରେନକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇ ଚଳାଯାଉଥିବାବେଳେ ପୂର୍ବରୁ ଏହି ଏକ୍ସପ୍ରେସ୍ ପାଇଁ ଥିବା ରହଣୀଗୁଡିକୁ ଏଥର ବାଦ୍ ଦିଆଯାଇଛି। ସେଥିମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ରୋଡ଼ ଓ ଭବାନୀପାଟଣା ମାତ୍ର ଦୁଇଟି ଷ୍ଟେସନରେ ଏହି ଏକ୍ସପ୍ରେସ୍‌ର ରହଣୀ ଥିବାବେଳେ ଲାଞ୍ଜିଗଡ ରୋଡ଼ ଜଙ୍କସନ, ରାମଚନ୍ଦ୍ରପୁର ଓ ଦେପୁର ପାସେଞ୍ଜର ହଲଟରେ ଏହାର ରହଣୀକୁ ବାଦ୍ ଦିଆଯାଇଛି। ଯାହା ଫଳରେ ଲାଞ୍ଜିଗଡ ରୋଡ଼ ଭଳି ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା ଶହଶହ ଲୋକେ ଏବେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଏକମାତ୍ର ଟ୍ରେନ୍ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ରାଜଧାନୀ ଭୁବନେଶ୍ୱର ସହିତ ସିଧାସଳଖ ଯୋଡୁଥିବାବେଳେ ଅଫିସ, ଡାକ୍ତରଖାନା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ଏକମାତ୍ର ଭରସା ଭାବେ ଏହି ଏକ୍ସପ୍ରେସ ଟ୍ରେନ୍ ରହିଛି। ତେବେ ଲାଞ୍ଜିଗଡ ରୋଡଠାରେ ପ୍ରାୟ ଏକବର୍ଷ ହେଲା ରହଣୀ ବାତିଲ ହୋଇଥିବାବେଳେ ଏହାର ପୁନଃବିଚାର କରିବାକୁ ଅଞ୍ଚଳବାସୀ ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଫେରାଦ ହୋଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରେଳ ମନ୍ତ୍ରଣାଳୟ ଜନତାଙ୍କ ଦାବିକୁ ଅଣଦେଖା କରିଚାଲିଛି। ଏଣୁ ଏହାକୁ ନେଇ ଅଞ୍ଚଳରେ ଜନଆକ୍ରୋଶ ବଢିବାରେ ଲାଗିଛି। ଏପରିକି ଆଗାମୀ ଦିନରେ ଏକ୍ସପ୍ରେସ୍ ରହଣୀକୁ ନେଇ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ଲାଞ୍ଜିଗଡ ରୋଡ଼ଠାରେ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ରେଳ ବିଭାଗ ଏକ୍ସପ୍ରେସ୍ ଟ୍ରେନ୍ ରହଣୀ ଦାବି ପୁନଃବିଚାର ନକଲେ ଏକ ଭୟାବହ ଜନଆନ୍ଦୋଳନ ହେବ ଓ ଏଥିପାଇଁ ରେଳ ବିଭାଗ କେତେ ରହିବ ବୋଲି ଆଜିର ବୈଠକରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.