ରାୟଗଡ ଠାରେ ଜିଲ୍ଳା ଓ ବ୍ଳକସ୍ତରୀୟ ପଞ୍ଚାୟତରାଜ ଦିବସ

ରାୟଗଡ୫/୩ : ରାୟଗଡ ଜିଲ୍ଳା ସଦର ମହକୁମାର ଇଣ୍ଡୋର ଷ୍ଟାଡିୟମ ପରିସରରେ ଜିଲ୍ଳାସ୍ତରୀୟ ପଞ୍ଚାୟତରାଜ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ ବିଧାୟକ ଲାଲବିହାରୀ ହିମିରିକା, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଯୋଗ ଦେଇ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିିତ ଋତୁରାଜ ଉପସ୍ଥିତ ରହିଥିଲେ । ପଂଚାୟତରାଜର ପ୍ରତିଷ୍ଠାତା ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ, ପଂଚାୟତସ୍ତରରେ ଉନ୍ନୟନମୂଳକ କାର୍ଯ୍ୟ ତଥା ରାଜ୍ୟର ବିକାଶରେ ନେଇଥିବା ବିଭିନ୍ନ ପଦକ୍ଷେପକୁ ମନେ ପକାଇ ଅତିଥିମାନେ ତାଙ୍କ ସ୍ମୃତି ଚାରଣ କରିଥିବା ବେଳେ ଗତ ଜାନୁୟାରୀ ମାସରେ ହୋଇଥିବା ପୀଠା କାର୍ଯ୍ୟକ୍ରମରେ ଭଲ ପ୍ରର୍ଦଶନ କରିଥିବା ଶ୍ରେଷ୍ଠ ଗ୍ରାମ ପଂଚାୟତ ଭାବେ ପ୍ରଥମ ରାମନାଗୁଡା ବ୍ଳକର କୁଜେନ୍ଦ୍ରୀ, ଦ୍ୱିତୀୟ ଭାବେ ରାୟଗଡ ବ୍ଳକର ଜେମାଦେଇପେଣ୍ଠ, ତୃତୀୟରେ ଗୁଡାରୀ ବ୍ଳକର ଅସଡା, ଚତୁର୍ଥରେ କାଶିପୁର ବ୍ଳକର ଚନ୍ଦ୍ରଗିରି, ପଂଚମରେ ପଦ୍ମପୁର ବ୍ଳକର ନୂଆଗଡ, ଷଷ୍ଠରେ ଗୁଣପୁର ବ୍ଳକର ଜଗନ୍ନାଥପୁର, ସପ୍ତମରେ କଲ୍ୟାଣସିଂହପୁର ବ୍ଳକର ପୋଲାମା, ଅଷ୍ଟମରେ ବିଷମକଟକ ବ୍ଳକର ବେଥିଆପଡା,ନବମରେ ଚନ୍ଦ୍ରପୁର ବ୍ଳକର ଚନ୍ଦ୍ରପୁର, ଦଶମରେ ମୁନିଗୁଡା ବ୍ଳକର ଜଗଦଲପୁର ଏବଂ ଏକାଦଶରେ କୋଲନରା ବ୍ଳକର କେଲିଗୁଡା ପଂଚାୟତକୁ ପୁରସ୍କୃତ କରାଯାଇଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ କାର୍ଯ୍ୟକ୍ରମ ଏଲଇଡି ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ ।

Omkar Vasthu
Omkar Vasthu

ବ୍ଳକସ୍ତରୀୟ ପଞ୍ଚାୟତରାଜ ଦିବସ

ରାୟଗଡ ଠାରେ ବ୍ଳକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ପେଦେଂଟି ରାମୁଲୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ବ୍ଳକ ଉପାଧ୍ୟକ୍ଷା ମୀନତି ବାଚେଲି,ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀ ଶଙ୍କର, ସଭ୍ୟା ଅମ୍ବିକା ବିଡିକା, ମିଶନ ଶକ୍ତି ସଂଯୋଜିତକା କେ.ନିର୍ମଳା, ସୁପରଭାଇଜର ପ୍ରତିମା ରାଣୀ ଦାସ ପ୍ରମୁଖ ମଂଚାସୀନ ହୋଇଥିଲେ । ହାଲୁଆ ସମିତି ସଭ୍ୟ ତାମାରାଓ ବିଡିକା ସମେତ ୨୮ଗ୍ରାମ ପଂଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ରାଜ୍ୟ ତଥା ଦେଶ ପ୍ରତି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅବଦାନର ଘଟଣାବଳୀକୁ ବର୍ଣ୍ଣନା କରିବା ସହ ଓଡିଶା ଅଗ୍ରଗତିରେ ବିଜୁବାବୁଙ୍କ ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ସେହିପରି ଅଧ୍ୟକ୍ଷ ଶ୍ରୀ ରାମୁଲୁ ବିଜୁବାବୁଙ୍କ ଆଦର୍ଶକୁ ପାଥେୟ କରି ଓଡିଶା ଅଗ୍ରସର ହେଉଥିବା ପ୍ରକାଶ କରିଥିଲେ । ବିଜୁବାବୁଙ୍କ ଫୋଟୋ ଗ୍ୟାଲେରୀ ଉଦଘାଟନ ପରେ “ପଂଚାୟତରାଜ ଓ ମୋ ସ୍ୱପ୍ନର ଭାରତବର୍ଷ” ଶୀର୍ଷକ ବିଜୁବାବୁଙ୍କ ଆଲେଖ୍ୟ ଓ ମାର୍ଚ୍ଚ ୨୦୧୬ ଉତ୍ରଳ ପ୍ରସଙ୍ଗରେ ପ୍ରକାଶିତ ଲେଖାଟିକୁ ସମସ୍ତଙ୍କୁ ବଂଟନ କରାଯାଇଥିଲା । ଏହି ଅବସରରେ ଆବାସ ଯୋଜନାରେ ୪ମାସ ମଧ୍ୟରେ ଗୃହ ସଂପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି କୋଡିଏ ହଜାର ଟଙ୍କା ବଂଟନ କରାଯାଇଥିଲା । ପ୍ରୋଜେକ୍ଟର ମାଧ୍ୟମରେ ଓଡିଶା ବିକାଶ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ବ୍ଳକର ପିଏ ଗୋପାଳ ପଣ୍ଡା ଓ ଶିକ୍ଷକ ନିଳାଂଚଳ ଏହାର ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.