ଇପିଏଫ୍ ପେନସନରସ୍ ସଂଘ ଅନୁଗୁଳ ଜିଲ୍ଲା ସମ୍ମିଳନୀ

● ପେନସନ ବୃଦ୍ଧି ଓ ଚିକିତ୍ସା ସୁବିଧା ପାଇଁ ଦାବୀ

ଅନୁଗୁଳ: ଅଲ ଓଡ଼ିଶା ଇପିଏଫ ପେନସନରସ୍ ଆସୋସିଏସନର ଅନୁଗୁଳ ଜିଲ୍ଲା ସମ୍ମିଳନୀ ଆଜି କୋ ଅପରେଟିଭ୍ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଷ୍ନୂ ଚରଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶରେ ଥିବା ୬୭ଲକ୍ଷ ଇପିଏଫ ପେନସନଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ହଜାର ଟଙ୍କା ପେନସନ ସହ ମାହାଙ୍ଗା ଭତା ପ୍ରଦାନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ ଦେବାପାଇଁ ଦାବୀ କରିଥିଲେ। ଏଥି ସହିତ ରାଜ୍ୟରେ ଥିବା ୧ଲକ୍ଷ ୬୨ହଜାର ଇପିଏଫ୍ ପେନସନରସ୍ ବରିଷ୍ଠ ନାଗରିକ ମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରି ମାଗଣା ଚିକିତ୍ସା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ପେନସନଭୋଗୀ ମାନଙ୍କର ଏହି ବାର୍ଷିକ ସମ୍ମିଳନୀରେ କଟକ ଜିଲ୍ଲା ସଭାପତି ରାଜ କିଶୋର ସ୍ବାଇଁ, ସମ୍ପାଦକ ବିନୋଦ ବେହେରା, ଜଗତସିଂହପୁର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଅନୁଗୁଳ ଜିଲ୍ଲା ସଭାପତି ବାବାଜୀ ଚରଣ ସାସମଲ, ସମ୍ପାଦକ ଉଦୟ ଦାସ, ସମବାୟ ବ୍ୟାଙ୍କ କର୍ମଚାରୀ ମାନଙ୍କର ନେତା ସୁଜିତ୍ କୁମାର ନନ୍ଦ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ତଥା ରାଜ୍ୟ ସରକାର ଇପିଏଫ୍ ପେନସନଭୋଗୀ ମାନଙ୍କୁ ଅଣଦେଖା କରୁଥିବାର ଅଭିଯୋଗ କରିଥିଲେ।

Udyog Nursery
Udyogi Nursery

ପାରମ୍ଭର ଜିଲାର ସଭାପତି ସଂଘର ପତାକା ଉତ୍ତୋଳନ କରିବା ସହ ଦିବଂଗତ ସଭ୍ଯା/ସଭ୍ୟ ମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା ୨୦୨୨ ଓ ୨୦୨୩ ଦୁଇବର୍ଷ ପାଇଁ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଶେଷରେ ଦୁଃଖବନ୍ଧୁ ପଟ୍ଟନାୟକ ଧନ୍ୟବାଦ ଦେବାପରେ ସଭା ଶେଷ ହୋଇଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.