ମୋବାଇଲ ଟାୱାର ତାଲିକାରେ ବନ୍ଧପାରି: ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ୨୬ଟି ଗ୍ରାମପଞ୍ଚାୟତର ତିନିଶହରୁ ଉର୍ଦ୍ଧ୍ୱ ଗାଁରେ ୧୯୭ଗୋଟି ମୋବାଇଲ ଟାୱାର ସ୍ଥାପନ ହେବା ସଂପର୍କରେ ଘୋଷଣା କରାଯାଇଛି । ବିଏସ୍‌ଏନ୍‌ଏଲ୍ ତରଫରୁ ଜାରି କରାଯାଇଥିବା ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ପ୍ରାଥମିକତା ଭିତ୍ତିରେ ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ବନ୍ଧପାରିର ନାମ ରହିଛି । ଏହାକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ, ବନ୍ଧପାରି ଅଞ୍ଚଳରେ ମୋବାଇଲ ଟାୱାର ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ବିଧାୟକ ଶ୍ରୀ ଦିଶାରିଙ୍କ ନିର୍ଦ୍ଦେଶ କ୍ରମେ ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ବଦ୍ରି ନାରାୟଣ ପଟ୍ଟନାୟକ, ଶିବରାମ ପାତ୍ର, ନାରୀନେତ୍ରୀ ଫୁଲମେ ମାଝୀ ପ୍ରମୁଖ ଅଞ୍ଚଳବାସୀଙ୍କ ସହିତ ବିଏସ୍‌ଏନ୍‌ଏଲ୍ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଶ୍ରୀ ବାଗ ଏ ନେଇ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ବର୍ତ୍ତମାନ ବନ୍ଧପାରି ଗ୍ରାମପଞ୍ଚାୟତର ସାତରୁ ଅଧିକ ସ୍ଥାନରେ ମୋବାଇଲ ଟାୱାର ସହିତ ୪-ଜି ଇଣ୍ଟରନେଟ୍ ଯୋଗାଯୋଗ ଉପଲବ୍ଧ ହେବ ବୋଲି ସୂଚନା ମିଳିବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।

Omkar Vasthu
Omkar Vasthu

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.