ଜୋନ ୯ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରମୋଦ ସାହୁ

ନୂଆପଡା: ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖ ରୁ ପ୍ରାର୍ଥୀପତ୍ର ଦାଖଲ କରିବା ର ଆରମ୍ଭ ହୋଇ ଯାଇଛି । ତେବେ ନୂଆପଡା ଜୋନ ୯ ର ସର୍ବାଙ୍ଗୀନ ଉର୍ନତି ପାଇଁ ପ୍ରମୋଦ ସାହୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ଓ ବିଜେଡି ସମର୍ଥକଙ୍କ ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ଅଂଚଳରେ ବିଶେଷ ଭାବେ ସରକାରୀ ଯୋଜନା ସବୁକୁ ତୃଣମୂଳ ସ୍ତର ରେ ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଅହରହ କାର୍ଯ୍ୟ କରିବେ ବୋଲି ଜନ ସାଧାରଣ ଙ୍କ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀ ପ୍ରମୋଦ ସାହୁ । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ଦକ୍ଷ ନେତୃତ୍ୱକୁ ଆଗେଇ ନେବେ ବୋଲି ବୋଲି ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.