ନୂଆପଡା: ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ ହୋଇ ଯାଇଛି । ତେବେ ନୂଆପଡା ଜୋନ ୮ ର ସର୍ବାଙ୍ଗୀନ ଉର୍ନତି ପାଇଁ ଶ୍ରୀମତୀ ସାବେତ୍ରୀ ମାଝୀ ଜିଲ୍ଲା ପରିଷଦ ସଭ୍ୟା ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ, କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ ଓ କଂଗ୍ରେସ ସମର୍ଥକଙ୍କ ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶ୍ରୀମତୀ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ଅଂଚଳର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଦିଗରେ ଅହରହ କାର୍ଯ୍ୟ କରିବେ ବୋଲି ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରିଛନ୍ତି ଏବଂ ଜିଲ୍ଲା ସଭାପତି ଶ୍ରୀ ମାଝୀଙ୍କ ଦକ୍ଷ ନେତୃତ୍ୱକୁ ଆଗେଇ ନେବେ ବୋଲି ଶ୍ରୀମତୀ ମାଝୀ ମତ ପ୍ରକାଶ କରିଛନ୍ତି ।
ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in