ନୂଆପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି। ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ ହୋଇଛି। ତେବେ ନୂଆପଡା ଜିଲ୍ଲା କୋମନା ବ୍ଲକ ଭେଲା ଗ୍ରାମ ପଂଚାୟତର ସର୍ବାଙ୍ଗୀନ ଉର୍ନତି ପାଇଁ ଜଣେ ମାତ୍ର ପ୍ରାର୍ଥୀ ସର୍ବ ସମ୍ମତି କ୍ରମେ ଭେଲା ଗାଁର ଯୁଝାରୁ ନେତା ବିମଲ ଯୋଶୀ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ଶ୍ରୀ ଯୋଶୀ ନିଜର ସମର୍ଥକଙ୍କ ସହିତ ଭେଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଭେଲା ଗ୍ରାମ ପଂଚାୟତର ସମସ୍ତ ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ସଦେବ ଲୋକଙ୍କ ସହିତ ଯୋଡି ହୋଇ ଗ୍ରାମ ପଂଚାୟତକୁ ବିକାଶ ପଥରେ ଆଗେଇ ନେବେ ବୋଲି ଶ୍ରୀ ଯୋଶୀ ମତ ପ୍ରକାଶ କରିଛନ୍ତି।





