ଚିଆଁପଦର ଗ୍ରାମରେ ସରିଆଁ ସରପଞ୍ଚ ପ୍ରାର୍ଥୀ ଓମପ୍ରକାଶ ଛତ୍ରିଆଙ୍କ ପ୍ରଚାର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ନର୍ଲା ବ୍ଲକ ସରିଆଁ ପଞ୍ଚାୟତର ଅନ୍ୟତମ ପବିତ୍ର ମାଟି ହେଉଛି ଚିଆଁପଦର ଗ୍ରାମ । ଏହି ଗାଁରେ ଜନ୍ମିତ ସ୍ବର୍ଗତ ଗିରିଧାରୀ ଭୋଇ କଳାହାଣ୍ଡି-ବଲାଙ୍ଗୀର ଲୋକସଭା ଆସନର ପ୍ରଥମ ସଂସଦ ହେବାର ସୈ।ଭାଗ୍ୟ ଲାଭ କରିଥିଲେ । ଏହି ବୀର ମାଟିରେ ସରିଆଁ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଓମପ୍ରକାଶ ଛତ୍ରିଆ ଭୋଟ ଭିକ୍ଷା କରିଛନ୍ତି । ସେ ନିଜର ପ୍ରଚାର କରିବା ସମୟରେ ତାଙ୍କୁ ଚିଆଁପଦରବାସୀ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଲୋକଙ୍କ ଉତ୍ସାହରୁ ଓମପ୍ରକାଶଙ୍କ ଲୋକପ୍ରିୟତା ବାରି ହୋଇ ପଡୁଥିଲା । ଏଥର ସରିଆଁ ସରପଞ୍ଚ ଲଢେଇରେ ଓମପ୍ରକାଶଙ୍କ ପଲ୍ଲା ଭାରି ଥିବା ଏକ ଆକଳନରୁ ଜଣାପଡିଛି । ନୂତନକରି ରାଜନୀତିରେ ପାଦ ଥାପିଥିବା ଏହି ଉଚ୍ଚ ଶିକ୍ଷିତ ଯୁବକଙ୍କ ଉପରେ ପଞ୍ଚାୟତବାସୀ ଆସ୍ଥା ପ୍ରକଟ କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.