ସହୀଦ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ ପକ୍ଷରୁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ଆଭାସୀ ମାଧ୍ୟମରେ ପ୍ରତିଭାଗୀଙ୍କୁ ସମ୍ମାନ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ମାଲକାନଗିରି: ସହୀଦ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ ମାଲକାନଗିରି ତରଫରୁ ଆଭାସୀ ମାଧ୍ୟମରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରତୀମା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜକ ଭାବେ ପ୍ରଦୀପ କୁମାର ଜିଲକାରା ଏବଂ ସଂଚାଳକ ଭାବେ ଦୀନବନ୍ଧୁ ବେଜ ପରିଚାଳନା କରିଥିଲେ । ମାତୃଭାଷା ଦିବସ ଅବସରର ଏହି ଆସରରେ ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ରୁ ଉର୍ଦ୍ଧ ସାରସ୍ୱତ କବି ଏବଂ କବିୟତ୍ରୀ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅବସରରେ କୋରାପୁଟର କବୟତ୍ରୀ ଶୋଭାଗିନୀ ନନ୍ଦ, ଅଧ୍ୟାପକ ତଥା ପ୍ରାବନ୍ଧିକ ତ୍ରିନାଥ ପଟ୍ଟନାୟକ, ମିନତୀ ସାହୁ, ଚନ୍ଦ୍ରକଳା ଦେବୀ, ପ୍ରତିମା ମହାରଣା, ବିଶ୍ଵରୂପା ମହାରଣା, ମହାଦେବ ଶତପଥି, ନବରଙ୍ଗପୁରର ଶୁଭସ୍ମିତା ମହାନ୍ତି, ମାଲକାନଗିରିର ଭାବଗ୍ରାହୀ ତ୍ରିପାଠୀ, ଆଭାରାଣୀ ବିଶ୍ଵାଳ, ବୁଲୁ ସେଠୀ ପ୍ରମୁଖ ୧୧ଜଣ ସାରସ୍ଵତ ସାଧିକ ସାଧିକା ଆସରରେ ଉପାଦେୟ ପ୍ରବନ୍ଧ ଉପସ୍ଥାପନ କରି ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦ୍ବାରା ସମ୍ମାନିତ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.