ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡିର ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ କୁରେଇର ମୁଖ୍ୟ ସମ୍ପାଦକ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡଃ. ବିଭୂତିଭୂଷଣ ଆଚାର୍ଯ୍ୟ, ସଂସଦର ଉପ ସଭାପତି ପ୍ରହ୍ଲାଦପ୍ରସାଦ ଲେଙ୍କା, ସମ୍ପାଦକ ରବୀନ୍ଦ୍ରନାଥ ରଥ, ସଦସ୍ୟ ଶରତଚନ୍ଦ୍ର ମିଶ୍ର, ଜୟହର ମହାନ୍ତି, ମିହିର ପାଢ଼ୀ, ଡ. ବିଶ୍ଵେଶ୍ଵର ଆଚାର୍ଯ୍ୟ ଏବଂ ଶୋକାକୁଳ ପରିବେଶ ଭିତରେ ପତ୍ନୀ କୁମୁଦିନୀ, ପୁତ୍ର ଜ୍ଞାନ ଓ କନ୍ୟା ମାମା, ଆତ୍ମିୟ ସ୍ଵଜନ ପ୍ରମୁଖ ଉପସ୍ଥିତ ରହି ରହିଥିଲେ । ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ୱର୍ଗତ ମହାରଣାଙ୍କ ଫଟୋ ଚିତ୍ରରେ ପୁଷ୍ପା ମାଲ୍ୟାର୍ପଣ କରି ଧୂପ ପ୍ରଜ୍ଜ୍ୱଳନ ପରେ ବକ୍ତାମାନେ ତାଙ୍କର ସ୍ମୃତି ଚାରଣ କରିଥିଲେ । ଶେଷରେ କବି କୈଳାସଚନ୍ଦ୍ର ବେହେରା ପ୍ରେରଣ କରିଥିବା କବିତା ମଧ୍ୟ ପାଠ କରାଯାଇଥିଲା ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.