କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ପୈ।ର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବାର ହେଉଛି ଶେଷ ଦିନ । ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ଦିନ ହୋଇଥିବାରୁ ରାଜ୍ୟର ବିଭିନ୍ନ ପୈ।ର କାର୍ଯ୍ୟାଳୟ ମାନଙ୍କରେ ଆଶାୟୀ ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କ ଗହଳି ଲାଗି ରହିଥିଲା । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିର ନିର୍ବାଚନ ପାଇଁ ଆଜି ସମସ୍ତ ଓ୍ବାର୍ଡ ର କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଅନେକ ଆଶାୟୀ ନିଜ ସମର୍ଥକଙ୍କ ସହ ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାହାକି ଆଜିର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଏକ ପ୍ରକାର ଜନଗହଳିପୂର୍ଣ୍ଣ ହୋଇଉଠିଥିବା ଦେଖିବାକୁ ମିଳିଥିଲା ।

ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଦଳର ଆଶାୟୀ ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଏନ୍ଏସି କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ଅଧିକାରୀ ଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ ଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ରେ ତିନି ପ୍ରମୁଖ ରାଜନୈତିକ ଦଳର ଅଧ୍ୟକ୍ଷ ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ପୂର୍ବତନ କାଉନସିଲର ନୃପରାଜ ଯାଦବ ଦଳୀୟ ଟିକଟ ପାଇ କେସିଙ୍ଗା ନଗର ସଭାପତି ରମେଶ ପଟ୍ଟନାୟକ, ମହେନ୍ଦ୍ର ନାଏକ, ଭରତ ସାହୁ, ଶିଶିର ପରିଡ଼ା, ରଞ୍ଜନ ବେହେରା, ପ୍ରମୁଖଙ୍କ ସହିତ ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି କଂଗ୍ରେସ ଦଳରୁ ପୂର୍ବତନ ନଗରପାଳ ରାମକୁମାର ଜୈନ ଦଳୀୟ ଟିକଟ ପାଇ ଟାଉନ୍ ସଭାପତି ଦୟାସାଗର ସାହା, ସୁରେଶ ରାଓ, ଜ୍ୟୋସ୍ନାମୟୀ ବଗର୍ତ୍ତି, ପ୍ରତାପ ବାଗ, ଟିକେମନ ଦୀପ, ବିଜୟ ଦୀପ ପ୍ରମୁଖଙ୍କ ସମେତ ଅନେକ କଂଗ୍ରେସ ଦଳର ସମର୍ଥକଙ୍କୁ ସାଙ୍ଗରେ ଧରି ଏକ ଶୋଭାଯାତ୍ରାରେ ବାହାରି ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ଯୁବ ବ୍ୟବସାୟୀ ସଚିନ୍ ଜୈନ ମଧ୍ୟ ଦଳୀୟ ଟିକଟ ପାଇ ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ଏକ ଶୋଭାଯାତ୍ରାରେ ବାହାରି ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସମସ୍ତ ଦଳ ତଥା ସ୍ବାଧିନ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ସହ କେସିଙ୍ଗାର ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇଉଠିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.