ସିଆରପିଏଫ ପକ୍ଷରୁ ଜନସମ୍ପର୍କ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଏମ୍ ରାମପୁର ବ୍ଳକର ଜକାବାହାଲି ଗାଁରେ ସିଆରପିଏଫଏଫ୍ ୬୪ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱରର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ୬୪ଏଫ ବାଟାଲିୟନ କମାଣ୍ଡେଣ୍ଟ ବିପ୍ଳବ ସରକାର ଯୋଗଦେଇ ଜନସମ୍ପର୍କ ମେଳାକୁ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି ଗାଁରେ ୫୦ଜଣଙ୍କୁ ରେଡ଼ିଓ ବଣ୍ଟନ କରାଯାଇଥିଲା । ଉକ୍ତ ଅଞ୍ଚଳର ଲୋକମାନେ ଯବାନଙ୍କୁ ଭୟ ନ କରି ତାଙ୍କ ସହିତ କିପରି ସୁସମ୍ପର୍କ ରଖିବେ ସେ ବିଷୟରେ ଅତିଥି ମାନେ ମତ ଦେଇଥିଲେ । ଏଥିରେ ସି ଆର ପି ଏଫ୍ ୬୪ଏଫ ବାଟାଲିୟନର ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ଅମର ସିଂହ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୁବାସ କୁମାର ସମେତ ସ୍ଥାନୀୟ ସିଆରପିଏଫ କ୍ୟାମ୍ପ ର ଯବାନ ଓ ନବ ନିର୍ବାଚିତ ସରପଞ୍ଚ ବୀଣାପାଣି ସାହୁ ସହ ଅଞ୍ଚଳର ମହିଳା ପୁରୁଷ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.