ଜୋନ ସ୍ତରୀୟ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିରର ତୃତୀୟ ଦିବସ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରଠାରେ ଜାରି ରହିଥିବା ଚାରିଦିନିଆ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିରର ତୃତୀୟ ଦିବସରେ ପତାକା ଉତ୍ତୋଳନ ଅବସରରେ ଜୟପୁର ରୋଟାରୀ କ୍ଲବର ସଭାପତି ତଥା ଭାରତୀୟ ରେଡ଼କ୍ରସ ସୋସାଇଟିର ଆଜୀବନ ସଦସ୍ୟ ନରେଶ କୁମାର ମଟାନିଆ ଯୋଗଦେଇ ଓଡ଼ିଶାର ଦକ୍ଷିଣାଞ୍ଚଳ ଜୋନର ସାତଗୋଟି ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ସାମ୍ପ୍ରତିକ ସ୍ଥିତିରେ ପ୍ରାଥମିକ ଚିକତ୍ସାର ଉପଯୋଗିତା ଓ ଆହତମାନଙ୍କୁ ନିଃସ୍ୱାର୍ଥପର ସହାୟତା ପ୍ରଦାନ କରି ଅମୂଲ୍ୟ ଜୀବନକୁ ରକ୍ଷା କରିବା ନିମନ୍ତେ ମାର୍ଗଦର୍ଶନ କରାଇଥିଲେ । ଏଥିସହିତ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ପ୍ରଦର୍ଶିତ କେତୋଟି ଜୀବନରକ୍ଷା କୌଶଳ ଦେଖି ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା, ସାଧନକର୍ମୀ ଡି. ଆଶିଷ ରାଠୋର ପରିଚାଳନା କରିଥିଲେ । ସମସ୍ତ ପ୍ରଶିକ୍ଷାର୍ଥୀ ଉପସ୍ଥିତ ରହି ଜୀବନରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.