କବିତା: ମୋ ରକ୍ତ ଶ୍ରାବଣ ହେମୋଗ୍ଲୋବିନ ଖସା ଦୁର୍ବଳତା ପଛରେ କିଏ

✍🏾ଡୁଇଟ୍ ଡେଭିଡ ଫିଲିପ

ମୋ ରକ୍ତ ଶ୍ରାବଣ
ହେମୋଗ୍ଲୋବିନ ଖସା ଦୁର୍ବଳତା ପଛରେ କିଏ

ସେ କୁହୁଡି ଭରା ଜଙ୍ଗଲ
ସେ ନିରୋଳା ଜହ୍ନ୍ନର ରାତି
ସେ ନଦୀର କୁଲୁକୁଳିଆ ପାଣି
ସାଙ୍ଗରେ ତୁ ଥିଲୁ

ସେ ବିଚାର ଧାରାର ବର୍ଷା
କେବେ ଝଡ଼ ତ କେବେ ବାତ୍ୟା
କେବେ ତୁ ଲହୁ ଲୁହାଣ ତ କେବେ ମୁଁ
ଆକ୍ରମଣରେ ମୁଁ ବି ଘାୟାଲ କେବେ ତୁ
ହେଉଥିଲା କଣ ଯେ ଏତେ ଶକ୍ତି ପ୍ରୟୋଗ…..

ବୁଦ୍ଧି, ଅନୁଭୂତି, ପରିପକ୍ୱତାର ଉପଯୋଗ
ବିତା ରାତିରୁ ପ୍ରସ୍ତୁତି

ଜିତୁ ଥିଲା
କର୍ମ କ୍ଷେତ୍ରର ବିସ୍ତର
ଉପକୃତ ହେଉଥିଲେ, ହିତାଧିକାରୀ
ଦର୍ଶକ ହେଉଥିଲେ ଟଥଷ୍ଟ
କିଏ ଈର୍ଷା କରୁଥିଲl ଆଜି ଜାଣୁଛି

ଉଭୟର ଜନ୍ମ ଦାତl,
ଗରମ ଓ ନରମ
ମୋ ରକ୍ତ ଶ୍ରାବଣ
ହେମୋଗ୍ଲୋବିନ ଖସା ଦୁର୍ବଳତା ପଛରେ କିଏ
ସେହି ସ୍ମୃତି…….

ଗଛ ଫଳ ଫୁଲ ଦେଲା ଆଉ କାହାକୁ
ଆଜି
କାଠ ହେବା ବାକି…….
ମୋ ରକ୍ତ ଶ୍ରାବଣ
ହେମୋଗ୍ଲୋବିନ ଖସା ଦୁର୍ବଳତା ପଛରେ କିଏ?
ଆଜିବି ମନେ ପଡୁଛି…

ସ୍ମୃତି ପାଇଁ ତ ମୁଁ ଆଜି
ବୁଦ୍ଧି, ଅନୁଭୂତି, ପରିପକ୍ୱତା, ସଂଘର୍ଷ ପାଇ ଧନ୍ୟବାଦ
ଚାହୁଁଛି ହୁଅନ୍ତା କି ଆଉଥରେ
ସେ ହିମୋଗ୍ଲୋବିନ ଖସା ରକ୍ତ ଶ୍ରାବଣ

ହୁଅନ୍ତି ଆଉଥରେ
କବି, ସେବୀ, ବିପ୍ଳବୀ ।।

ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.