ବାଲିଗୁଡା ଏନଏସି ରେ ଦୁଲୁକୁଛି ପ୍ରଚାର ମୈଦାନ

ଘନଘନ ବୈଠକ ସହ ପ୍ରାର୍ଥୀଙ୍କ ପାଇଁ ହେଭିଓ୍ବେଟ୍ ନେତା କରୁଛନ୍ତି ଭୋଟ୍ ପ୍ରଚାର

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିଓ୍ବେଟ୍ ନେତାଙ୍କ ଘନଘନ ପ୍ରଚାର ଯୋଗୁଁ ଦୁଲୁକୁଛି ସମଗ୍ର ସହର । ଭଳିକି ଭଳି ଗୀତସହ ବ୍ୟାନର୍ ପୋଷ୍ଟରରେ ସହରର ସବୁ ଗଳିକନ୍ଦି ଆଚ୍ଛାଦିତ । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର । ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ଅଙ୍କ କଷୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ହେଲେ ପ୍ରଚାର ମୈଦାନରେ ଦୁଇ ଜାତୀୟ ଦଳ ପଛରେ ଥିବାବେଳେ ସବୁଠୁ ଆଗରେ ରହିଛି ଆଞ୍ଚଳିକ ଦଳ ବିଜେଡ଼ି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କନ୍ଧମାଳ ଜିଲ୍ଲାରେ ବିଜୁଜନତା ଦଳର ପଞ୍ଚାୟତିରାଜ, ନଗର ଉନ୍ନୟନ, ପାନୀୟଜଳ, ଆଇନ୍ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଓ ସ୍ଥାନୀୟ ବିଧାୟକ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ଓ କାଉନସିଲର ମାନଙ୍କ ପାଇଁ ଜୋରଦାର୍ ପ୍ରଚାର ଚଳାଇ ଭୋଟ୍ ଭିକ୍ଷା କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିଓ୍ବେଟ୍ ନେତାଙ୍କ ପକ୍ଷରୁ ଚାଲିଛି ଘନଘନ ପ୍ରଚାର । ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଆଜି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆସାହି ଓ ବନ୍ଧସାହି ନିକଟରେ ଦୁଇଟି ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦଳୀୟ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଦଳ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ଏବଂ ଏହାପରେ ପ୍ରଥମେ ନୂଆସାହି ବରାଳଦେବୀ ମନ୍ଦିର ନିକଟରେ ପହଁଚି ରାଜ୍ୟସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ କିଭଳି କରୁଛନ୍ତି ଏବଂ ସାଢ଼େ ଚାରିକୋଟି ଜନତାଙ୍କୁ ନିଜ ପରିବାର ଭାବି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝୁଛନ୍ତି ସେନେଇ ଜନସାଧାରଣଙ୍କୁ ଅବଗତ କରାଇବା ସହ ୱାର୍ଡ ନଂ.୧ ରୁ ୭ ସାତୋଟି ଓ୍ବାର୍ଡର ପ୍ରାର୍ଥୀଙ୍କ ସମେତ ଅଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ମନ୍ତ୍ରୀ ଓ ସାଂସଦ ।

Udyog Nursery
Udyogi Nursery

ଏହାପରେ ବନ୍ଧସାହି ନିକଟରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ମନ୍ତ୍ରୀ ଓ ସାଂସଦ । ସେଠାରେ ୬ଟି (୮ରୁ୧୩)ଓ୍ବାର୍ଡର ପ୍ରାର୍ଥୀଙ୍କ ସମେତ ଅଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ମନ୍ତ୍ରୀ । ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏହି ବିଶାଳ ଜନ ସମାଗମ ହୋଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଯେଉଁଭଳି ସବୁ ବ୍ଲକ୍ ଦଖଲ କରିବାକୁ ସକ୍ଷମ ହୋଇଥିଲା ଏବଂ ବହୁ ସଂଖ୍ୟକ ଜିଲ୍ଲା ପରିଷଦ ପଦବୀ ଦଖଲ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଖଲ କରିଛି ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ପାଇଁ ସମ୍ଭବ ହୋଇପାରିଛି । ଅନ୍ୟପଟେ ପୁଣି ଥରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ବିପୁଳ ଭୋଟରେ ବିଜୟ ଲାଭ କରିବ ଏବଂ ଲୋକଙ୍କ ସେବା କରିବ ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସ । ଏହି ନିର୍ବାଚନୀ ପ୍ରଚାରରେ ମନ୍ତ୍ରୀ ଓ ସାଂସଦଙ୍କ ସମେତ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ସହ ପର୍ଯ୍ୟବେକ୍ଷକ କିଶୋର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ ସାହୁଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ଓ ଯୁବନେତା ଓ ଶତାଧିକ କର୍ମୀ ସାମିଲ୍ ହୋଇଥିଲେ । କଂଗ୍ରେସର ଗଡ଼ ଭାବେ ପରିଚିତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଦଳ ଲଗାତାର ବିଜୟ ହାସଲ କରିବାରେ ଲାଗିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଭଲ ପ୍ରଦର୍ଶନ କରିଛି । ବର୍ତ୍ତମାନ ପୌର ନିର୍ବାଚନରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ଦଳ ଜୋରଦାର୍ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.