ଜୁନିୟର ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଭାରତୀୟ ରେଡ଼ କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟି କୋରାପୁଟର ମିଳିତ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ କୋରାପୁଟ ପରିସରରେ ଜିଲ୍ଲାର ୧୪ଟି ବ୍ଲକରୁ ୩୦ ଜଣ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନଙ୍କୁ ନେଇ ଆୟୋଜିତ ହୋଇଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଉପଦେଷ୍ଟା ଅସୀମ କୁମାର ମହାପାତ୍ର, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭାଗୀୟ ଅଧିକାରୀ ପ୍ରକାଶ କୁମାର ସାମଲ, ଶାରୀରିକ ଶିକ୍ଷା ପରିଦର୍ଶକ ଭୀମ ବେହେରା, ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ଯୋଗଦାନ କରି ପ୍ରଶିକ୍ଷାର୍ଥୀମାନଙ୍କୁ ରେଡ଼କ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ରେଡ଼କ୍ରସର ମୂଳନୀତି, ହେନେରୀ ଡୁନାଣ୍ଟଙ୍କ ଜୀବନୀ, ରେଡ଼କ୍ରସର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ନିଜ ନିଜର ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ ଜୁନିୟର ରେଡ଼କ୍ରସ କମିଟି ଗଠନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାଧନକର୍ମୀ ହରେକୃଷ୍ଣ ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାଧନକର୍ମୀ ଜ୍ୟୋତିରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସାଧନକର୍ମୀ ସାହେଦା ପରବିନ ଶିବିରର ଅନୁଭୂତି ପ୍ରଦାନ କରିଥିଲେ । ଶିବିରାର୍ଥୀ ମାନଙ୍କ ମଧ୍ୟରୁ ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ପରାମର୍ଶଦତା ଭାବେ ରାଜେନ୍ଦ୍ର ସେଠୀ ଓ ବାଳକୃଷ୍ଣ ଷଡ଼ଙ୍ଗୀଙ୍କୁ ଶିବିର ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶିବିରାର୍ଥୀମାନଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଓ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ. ଫକୀର ଚରଣ ମୁଣ୍ଡା, ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା, ଶାରୀରିକ ଶିକ୍ଷା ପରିଦର୍ଶକ ଭୀମ ବେହେରା, ରେଡ଼କ୍ରସର ଆଜୀବନ ସଦସ୍ୟ ଶେଖ ଇବ୍ରାହିମ, ସାହେଦା ପରବିନ ପରିଚାଳନା କରିଥିବାବେଳେ ପ୍ରମୋଦ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନାରେସହଯୋଗ କରିଥିଲେ । ତିନି ଦିନ ଧରି ଜାରି ରହିଥିବା ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶିଶିର କୁମାର ପାତ୍ର, ରେଡ଼କ୍ରସ ପରାମର୍ଶଦାତ୍ରୀ ରଶ୍ମିତା ବେହେରାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.