ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ପିଇଓ କ୍ୱାଟର ପରିସରର ପଛପଟେ କୁଢକୁଢ ମଦ ବୋତଲ ଗଡୁଥିବା ଦେଖିବାକୁ ମିଲିଛି । ଗୋଟିଏ କିମ୍ବା ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ ମଦ ବୋତଲ ଫିଙ୍ଗା ଯାଇଛି । ଫଳରେ ବ୍ଲକ କାର୍ଯ୍ୟାଳୟକୁ ଦୈନିକ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି । ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ପିଇଓ କ୍ୱାଟର ପରିସରରେ କୁଢକୁଢ ମଦ ବୋତଲ କିପିରି ଆସିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଠିକାଦାରଙ୍କ କାର୍ଯ୍ୟ ହାସଲ ପାଇଁ ଏହା ପ୍ରଲୋଭନ ନୁଁହେତ । ବ୍ଲକ ପରିସରରେ କୌଣସି ଶୈାଚଳାୟ ନଥିବା ବେଳେ ସାମାନ୍ୟ ପଛକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡୁଛୁଛି । ଅନେକ ଦିନ ହେଲା ମଦ ବୋତଲ ଗୁଡିକ ପିଇଓ କ୍ୱାଟର ପଛପଟେ ପଡି ରହିଥିବା ବେଳେ ସଫେଇ ପ୍ରତି କାହାର ନଜର ପଡୁନାହିଁ । କେବଲ ପିଉଓ କ୍ୱାଟର ପଛପଟ ନୁହଁ ବ୍ଲକ କାର୍ଯ୍ୟାଳୟର ଅନେକ ସ୍ଥାନରେ ମଧ୍ୟ ଅଳିଆ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଲିଛି । ଖୋଦ ବିଡ଼ିଓ କାର୍ଯ୍ୟାଳୟ ପରିସରରେ ଏଭଳି ଅଳିଆ ଆବର୍ଜନା ସହ ମଦ ବୋତଲ ଗୁଡିକ ପଡିରହିଥିବା ବେଳେ ବ୍ଲକ ପ୍ରଶାସନର ନଜର ପଡୁ ନ ଥିବା ସବୁଠୁ ଆଶ୍ଚର୍ଯ୍ୟ ର କଥା । ସ୍ୱଚ୍ଛ ଭାରତର ଡିଣ୍ଡିମ ପିଟୁଥିବା କୋକସରା ବ୍ଲକ ପ୍ରଶାସନ ଖୋଦ ବ୍ଲକ କାର୍ଯ୍ୟାଳୟ ଭିତରେ ପଡି ରହିଥିବା ଅନେକ ଅଳିଆ ଆବର୍ଜନା ଓ ମଦ ବୋତଲ ସଫା କରିବାରେ ଦୃଷ୍ଟି ପଡି ନଥିବା ପରିତାପର ବିଷୟ ପାଲିଟିଛି । ତେବେ କୁଢ କୁଢ ମଦ ବେତାଲ ପିଇଓ କ୍ୱାଟର ଫଛପଟେ ଏଣେ ତେଣେ ପଡି ରହିଥିବା ବେଳେ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲିଟିଛି । ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କ ପ୍ରତିକ୍ରିୟା ନେବାପାଇଁ ଫୋନ ଯୋଗେ ଚେଷ୍ଠା କରାଯାଇଥିଲେ ମଧ୍ୟ କୈଣସି ପ୍ରତିକ୍ରିୟା ମିଲିପାରି ନାହିଁ । ଆଶା କରୁଛୁ ଖବର ପ୍ରକାଶିତ ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ପିଇଓ କ୍ୱାଟର ପଛର ମଦ ବୋତଲ ଗୁଡିକ ସଫା କରାଯିବା ପାଇଁ ଦୃଷ୍ଟି ପଡିବ ।