କବିତା: ମାଟି

ଏଇ ତ ମାଟି ଆମ ଗାଁ ମାଟି
ଆମ ଓଡିଶା ଭୂମି
ଜନମି ନେଇଛୁ ଏ ଦେଶେ ମାଟି
ମଥା ତା ନେବା ଚୁମି ।।

ମୁଠାଏ ମାଟି ତହିଁ ରଖିବା ଏ ମାନ
ଥାଏ ଯେଉଁଠି ଆଶା ବିଶ୍ୱାସ
ଥାପିବା ଆମ ପାଦ ସେ ସ୍ଥାନେ
ଶାନ୍ତି ଏ ନେବା ସଭିଏଁ ନିଶ୍ୱାସ ।।

ଏ ଯେ ମାଟି ନିରବୀ କେତେ ସହେ
ବହୁ ଅତ୍ୟାଚାର ବହୁ ବିଭୀଷିକା
ପ୍ରତିବାଦ କରେନା ବୋଲି ନାମ ମାଟି
ଭୂମିକା ଯେ ନିଭାଏ ଭଳି ଭଳିକା ।।

ସଭିଙ୍କୁ କରିଛି କେତେ ସେନେହ
ସମାନେ ଦେଇଛି ଏ ମାଟି
ତା ମିଠା ପାଣି ତା ଧୀର ପବନ
ସଭିଙ୍କୁ କରିଛି ସ୍ନେହେ ବାଣ୍ଟି ।।

ଏ ଯେ ମାଟି ଦେଇଛି ଭରା ଶକତି
କେତେ ଯେ ଆନନ୍ଦ ତୃପ୍ତି
କେତେ ବୃକ୍ଷ ରାଜି ଏ ମାଟି ବକ୍ଷେ
ଧରି ରଖିଛି ଏ ଶୋଭା ପ୍ରୀତି ।।

✍🏾ତ୍ରିନାଥ ପଟ୍ଟନାୟକ
(ଅଧ୍ୟାପକ ତଥା କବି)
ଶିକ୍ଷକ କଲୋନୀ, ଗାନ୍ଧୀ ନଗର,
କୋରାପୁଟ
ମୋ: ୯୪୩୮୩୬୨୧୭୨
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.