ଗଣ୍ତାବାହାଲିରେ ବିଶ୍ୱ ନାଟ୍ଯ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ଗଣ୍ତାବାହାଲି ଠାରେ ରାମଗଡ଼ ବିକାଶ ପରିଷଦ ଆନୁକୂଲ୍ଯରେ ବିଶ୍ୱ ନାଟ୍ଯ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ରାମଗଡ଼ ବିକାଶ ପରିଷଦର ସଭାପତି ପଙ୍କଜ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ଯ ଅତିଥି ଭାବରେ ସ୍ଥାନୀୟ ସରପଂଚ କୌଶଲ୍ଯା ମେହେର, ମୁଖ୍ଯବକ୍ତା ଭାବରେ ନାଟ୍ଯକାର ଜିତୁ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବରେ ଅଧ୍ଯାପକ ଡଃ. ପଦ୍ମଲୋଚନ ବର୍ମା, ସୁନାରୀସିକୁଆଁ ସରପଂଚ ଭୋଲେଶ୍ୱରୀ ଦାସ ପ୍ରମୁଖ ଯୋଗଦାନ କରିଥିବା ବେଳେ ଅନ୍ଯମାନଙ୍କ ମଧ୍ଯରେ ବିଶିଷ୍ଟ ପାଳାଗାୟକ ଅର୍ଜୁନ ଛତ୍ରିଆ, ବାସୁଦେବ ମେହେର, ରାହାସ ବିହାରୀ ମେହେର, ଦିବାକର ଖମାରୀ, ତ୍ରିନାଥ ମେହେର ମଂଚାସିନ ଥିଲେ । ଅତିଥିମାନେ ସାଧାରଣ ଜୀବନରେ ନାଟକର ସକରାତ୍ମକ ମହତ୍ୱକୁ ନେଇ ନିଜ ନିଜ ମତ ବ୍ଯକ୍ତ କରିଥିଲେ । ସଭା ପ୍ରାରମ୍ଭରେ ଗୁପ୍ତେଶ୍ୱର ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ବୈକୁଣ୍ଠ ତାଣ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।

Omkar Vasthu
Omkar Vasthu


ରାମଗଡ଼ ବିକାଶ ପରିଷଦର ସଂପାଦକ ତଥା ଯୁବ କଳାକାର ଭୀଷ୍ମରାଜ ମେହେର ସଂପାଦକୀୟ ବିବରଣୀ ପଠନ କରିଥିଲେ । ଏହି ଅବସରରେ କଳାହାଣ୍ତିରୁ ଆସିଥିବା ପାରମ୍ପରିକ ମାଦଲୀ ନାଚ ନଗର ପରିକ୍ରମା କରିବା ସହ ମଂଚରେ ପରିବେଷଣ କରାଯାଇଥିଲା । ଏଥିସହ ଧର୍ମେଶ ଡ୍ଯାନ୍ସ ଏକାଡ଼େମୀ ଦ୍ୱାରା ନୃତ୍ଯ, ପ୍ରସିଦ୍ଧ ପାଳା ଗାୟକ ଅର୍ଜୁନ ଛତ୍ରିଆଙ୍କ ପାଳା ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା “ଗଡ଼ ସୁନ୍ଦରୀ ଗଡ଼େନ୍” ନାଟକ ପରିବେଷଣ କରାଯାଇଥିଲା । ନାଟ୍ଯକାର ଜିତୁ ପଟ୍ଟନାୟକଙ୍କୁ ଏ ଅବସରରେ ପରିଷଦ ତରଫରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ଦଳଗଞ୍ଜନ ମେହେର ଧନ୍ଯବାଦ ଅର୍ପଣ କରିଥିଲେ । କାର୍ଯ୍ଯକ୍ରମ ସଫଳତାରେ ‘ଜାଗୃତି ମଣ୍ତଳୀ’ ଓ ରାମଗଡ଼ ବିକାଶ ପରିଷଦର ସଦସ୍ଯଙ୍କ ସହ ଗଣ୍ତାବାହାଲି ଗ୍ରାମବାସୀ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.