ନର୍ଲାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ଅଧ୍ୟକ୍ଷା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ରେ ଗତ ୨୦୧୭ ନିର୍ବାଚନରେରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଦମ୍ପତି ପୁଣିଥରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି ଏକ ସ୍ୱାଗତ ସମ୍ବର୍ଦ୍ଧନାର ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା ନର୍ଲା ସରପଞ୍ଚ ସଂଘ । ନର୍ଲା ବ୍ଲକ୍ ର ନବ ଗଠିତ ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ (ଭାନପୁର ସରପଞ୍ଚ)ଙ୍କ ନେତୃତ୍ୱରେ ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ପାଇଁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ନର୍ଲା ସରପଞ୍ଚ ସଂଘର ସମସ୍ତ ୨୬ ଜଣ ସରପଞ୍ଚ ଓ ସମିତି ସଦସ୍ୟ ସମସ୍ତେ ଉପସ୍ଥିତ ରହି ନର୍ଲା ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଦମ୍ପନ୍ତିଙ୍କୁ ପୁଷ୍ପମାଲ୍ୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧିତ କରିଥିଲେ ।
ପ୍ରଥମେ ନର୍ଲା ସରପଞ୍ଚ ସଂଘର ସଭାପତି ଶ୍ରୀ ଅନନ୍ତରାମ ମାଝୀ ସମସ୍ତଙ୍କ ପରିଚୟ ପ୍ରଦାନ କରିବା ସହିତ ନିଜେ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ମହାନ୍ତି ଦମ୍ପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହାପରେ ସରପଞ୍ଚ ସଂଘ ଉପସଭାପତି ଘୋଡାବନ୍ଧ ସରପଞ୍ଚ ରଶ୍ମୀତା ସାହୁ, ଜିଲ୍ଲା ସରପଞ୍ଚ ସଂଘର ନର୍ଲା ପ୍ରତିନିଧି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନର୍ଲା ସରପଞ୍ଚ ସଂଘର ସମ୍ପାଦକ ଗିଗିନା ସରପଞ୍ଚ ସୁଧାମୟୀ କୁମାର, ସହ-ସମ୍ପାଦକ ବାଗପୁର ସରପଞ୍ଚ ଗୋପାଳ ହାତୀ, କୋଷାଧ୍ୟକ୍ଷ ଗାଡେବନ୍ଧ ସରପଞ୍ଚ କବିତା ବାଗ ପ୍ରମୁଖ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲ ଓ ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ସମସ୍ତ ସରପଞ୍ଚ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।
ଏହାପରେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେରଙ୍କ ସମେତ ସମସ୍ତ ସମିତି ସଦସ୍ୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ନର୍ଲା ସାମ୍ବାଦିକ ୟୁନିଅନ ତରଫରୁ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ରଞ୍ଜନ ମହାନ୍ତି, ଅଜୟ ସେନାପତି, ସୁଶାନ୍ତ ଚାନ୍ଦ, ଅଜୟ ପଣ୍ଡା ଓ ନର୍ଲା ବ୍ଲକ ଷ୍ଟାଫ୍ ମାନେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ନର୍ଲା ବ୍ଲକ୍ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ରହି ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସମ୍ବର୍ଦ୍ଧନାା ସଭରେ ଏକ ସୌଜନ୍ୟ ପୂର୍ଣ୍ଣ ବକ୍ତବ୍ୟ ରଖି ନର୍ଲା ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ନିର୍ବାଚନରେ ସମସ୍ତଙ୍କ ସହଯୋଗ ରହିଥିବାରୁ ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଆଗାମୀ ଦିନରେ ମଧ୍ୟ ଗତ ପାଞ୍ଚ ବର୍ଷ ଭଳି ସମସ୍ତଙ୍କର ସହଯୋଗରେ ନର୍ଲାର ବିକାଶ ପାଇଁ ସେ ବଦ୍ଧ ପରିକର ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।