ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗ୍ରାମ ସ୍ଥିତ ଗୁନାଦି ନାଳାର ଏକ ପୁରୁଣା ବଡ ଧରଣର ଚେକ୍ ଡ୍ୟାମକୁ ପୁନଃରୁଦ୍ଧାର କରିବା ପାଇଁ ଚପ୍ରିଆ ଗ୍ରାମପଞ୍ଚାୟତବାସୀ ବ୍ଲକ ଅଧ୍ୟକ ବିନ୍ଦୁ ମହାନନ୍ଦଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତୁରନ୍ତ ବ୍ଲକ ଅଧ୍ୟକ୍ଷ ଚପ୍ରିଆ ଗାଁର ଗୁନାଦି ନାଳାକୁ ଯାଇ ପରିଦର୍ଶନ କରିଥିଲେ । ପାଖାପାଖି ୨୦ ଏକରରେ ପାଣି ରହିବା ପାଇଁ ଜାଗାର ସୁବିଧା ଥିବାବେଳେ ପାଣି ରହିବାର ବ୍ୟବସ୍ଥା କରିବାକୁ ବ୍ଲକ ଅଧ୍ୟକ୍ଷଙ୍କୁ ଅଞ୍ଚଳ ବାସୀ ଅନୁରୋଧ କରିଥିଲେ । ଯଦି ପୁରୁଣା ଚେକ୍ ଡ୍ୟାମକୁ ମରାମତି କରାଯିବ ତେବେ ଚପ୍ରିଆ ଗାଁର ୪୦୦ ଏକର ଜମିରେ ଚାଷ ହୋଇ ପାରିବ ବୋଲି ଅଞ୍ଚଳର ଲୋକେ ଦାବି କରିଥିବା ବେଳେ ଜୁନାଗଡ ବିଧାୟକ ତଥା ଶକ୍ତି,ଶିଳ୍ପ,ଏମଏସଏମଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ କହିବି ଓ ଏହି ସମସ୍ୟାର ସମାଧାନ ନିଶ୍ଚୟ କରିବି ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରତିଶୃତି ଦେଇଥିଲେ । ପରିଦର୍ଶନ ସମୟରେ ଚପ୍ରିଆ ସରପଞ୍ଚଙ୍କ ପ୍ରତିନିଧି ନରହରି ବାଗ ଓ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ।