ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଦିନିକିଆ ଗୋଲାମୁଣ୍ଡା ବ୍ଲକ ଗସ୍ତ କରିଛନ୍ତି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ । ବ୍ଲକ କାର୍ଯ୍ୟାଳୟଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମେ ବ୍ଲକ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିନେଶ ବଗର୍ତ୍ତି, ଜୋନ ନମ୍ୱର ଏକ ଜିଲ୍ଲା ପରିଷଦ ହେମାଙ୍ଗିନୀ ରାଉତ, ଜୋନ ନମ୍ବର ଦୁଇର ଜିଲ୍ଲା ପରିଷଦ ସରିତା ମାଝୀ, ଜୋନ ନମ୍ବର ତିନିର ଜିଲ୍ଲା ପରିଷଦ ଜୟସେନ ସାହୁ, ସରପଞ୍ଚ ସଙ୍ଘ ସଭାପତି ପୁରୁଷୋତ୍ତମ ରାଉର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପଞ୍ଚାୟତ ସମିତି ମେମ୍ବର ମାନଙ୍କୁ ନେଇ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମୟରେ କେତେକ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ବଣ୍ଟନ କରାଯାଇଥିଲା । ଉକ୍ତ ବୈଠକପରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ, ମାନଝରୀ, ଚପ୍ରିଆ, ନୁଆଗାଁ, ଚହକା, ବଡ଼ଚେରଗାଁ, ରଙ୍ଗସାପାଲି, ଖଳିଆକାନି, ଗଣ୍ଡାମେର ଗ୍ରାମପଞ୍ଚାୟତର ଅନେକ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ଚୁରାପାହାଡ଼ ଗଦଲାଝରଣ ଯାଇ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଉକ୍ତ ସମୟରେ ମୁଖ୍ୟ କିରାଣୀ ପ୍ରଦୀପ ମହାପାତ୍ର, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ, କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନାଙ୍କ ସମେତ ସମସ୍ତ ବ୍ଲକର କର୍ମଚାରୀ, ସରପଞ୍ଚ, ପିଇଓ, ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମୟରେ ଗୋଲାମୁଣ୍ଡା ବ୍ଲକର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ କରାଯିବ ବୋଲି କହିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ । ଏଥିପୂର୍ବରୁ ତାଙ୍କୁ ବୃନ୍ଦାବାହାଲଠାରେ ସ୍ଥାନୀୟ ସରପଞ୍ଚ ଇଂ. ଦିନେଶ କୁମାର ରାଉତଙ୍କ ଉପସ୍ଥିତରେ ଭବ୍ୟ ସ୍ୱାଗତ କରାଯାଇଥିଲା ।