ପ୍ରଜାପତି ଜାଣେ ନାହିଁ
ଉଡି ଯିବ କେଉଁ ଦୂରେ
ଭୂମିରୁ ଭୂମାକୁ
ଆରମ୍ଭରୁ ଶେଷ ଯାଏଁ
କି ଶେଷରୁ ଆରମ୍ଭ ଯାଏଁ
ଆବେଗର ମୁହୂର୍ତ୍ତ
ସାଉଁଟି ସାଉଁଟି
ବ୍ୟସ୍ତତାର କଲମ ମୁନରେ
ଠିକ ଆମ କବି ଓ କବିୟତ୍ରୀଙ୍କ ଭଳି
ଦୂର ରୁ ନିକଟେ
ଆଉ ନିକଟରୁ ଦୂରେ….।
ପ୍ରଜାପତି ଜାଣେ ନାହିଁ
ଗନ୍ତବ୍ୟ
ଭୂତ ଓ ଭବିଷ୍ୟତର ସଂଘର୍ଷ ମଧ୍ୟ ଦେଇ
ଗତାନୁଗତିକ
ଗତି ଆଉ ପ୍ରଗତିର ଧାରେ
ଏ ସାରା ଜଗତେ
ସକାଳରୁ ସଞ୍ଜ ଯାଏଁ
ଆଗତ ପ୍ରଭାତର
ଶିଶିର ଭିଜା
ସକାଳ ଅପେକ୍ଷାରେ
ଭାବ ଓ ଭାବନାରେ
ଫୁଲରୁ ଫୁଲକୁ
ବିଚିତ୍ର ଦୁନିଆର
ମହୁ ଭରା ଚିତ୍ର ଆଙ୍କିବା ସକାଶେ
ଆଙ୍କିବା ସକାଶେ…..।।
✍🏾ଡମ୍ବରୁଧର ବେହେରା
ଓଡ଼ିଆ ଶିକ୍ଷକ, ଜବାହର ନବୋଦୟ ବିଦ୍ୟାଳୟ ପାରଳାଖେମୁଣ୍ଡି,
ଗଜପତି, ସମ୍ପର୍କ: ୯୪୩୭୭୮୮୪୬୪
OdiaBarta