କାମନା ଦଣ୍ଡର ଅନନ୍ୟ କଳାକାର ନରେନ୍ଦ୍ର ମହାଖୁଡ଼

କାମନା ଦଣ୍ଡ ମହା କଭ୍‌ରେଜ୍ (୬)

ପ୍ରତିଟି ଚରିତ୍ରରେ ସେ ନିଜର ନିଖୁଣ କଳା ପ୍ରଦର୍ଶନ କରିବାରେ ଓସ୍ତାଦ । ଯଦି ଆଉ କୋଉ କଳାକାରଙ୍କ କିଛି ଅସୁବିଧା ହେଲା, ତେବେ ବେଶ ହେଇ ପ୍ରସ୍ତୁତ ହେଇଯାନ୍ତି । ନାଟକ ଚାଲେ । ଦର୍ଶକ ବି ବାରି ପାରନ୍ତିନି, କଳାକାରଙ୍କ ଅନୁପସ୍ଥିତି । ଏମିତି ଜଣେ ଧୁରୀଣ କାମନା ଦଣ୍ଡ କଳାକାର ହେଲେ ନରେନ୍ଦ୍ର ମହାଖୁଡ଼ । ଦଣ୍ଡ ନାଟରେ ଷୋହଳ ସୁଆଙ୍ଗ ହେଉଥିବା ଜଣାଯାଏ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ତଥା ଜ୍ଞାନର ଭଣ୍ଡାର ଭରି ରହିଥାଏ ବିଣାକାରର ଗୀତ ସମୂହରେ । ନରେନ୍ଦ୍ର ସେହି ବିଣାକାର ଭୂମିକାରେ ଅଭିନୟ କରନ୍ତି । ତା ସାଙ୍ଗକୁ ଝିଅ ଛଡ଼ା ଡ଼ୁବୁ ଚରିତ୍ରରେ ମଧ୍ୟ ସେ ଦର୍ଶକଙ୍କ ମନକିଣନ୍ତି । ଅନେକ ସମୟରେ ସେ ଚଢେୟା, ବଡ଼ ଦିଅର ଚରିତ୍ରରେ ମଧ୍ୟ ବେଶ ହେଇ ନାଚିଛନ୍ତି ଆଉ ଗାଇଛନ୍ତି । ସଂପ୍ରତି ବିଣାକାର ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର, ଧୂଳି ଦଣ୍ଡ ସମୟରେ ମୁଖ୍ୟ ପରିଚାଳକ ହେଇ ବିଣାବାଡ଼ି ଧରି ତେରଭକ୍ତାଙ୍କ ସହିତ ଧୂଳି ଦଣ୍ଡ ପରିବେଷଣ କରନ୍ତି । ଝିଅ ଛଡ଼ା ଚରିତ୍ର ପରେ ପରେ ସେ ଗତ ପ୍ରାୟ ଚାରିବର୍ଷ ହେଲା ନାଚ ଗୁରୁ ଭାବରେ ମଧ୍ୟ ଖୋଲା ମଞ୍ଚରେ ଠିଆ ହେବାର ଦକ୍ଷତା ରଖୁଛନ୍ତି । ସମସ୍ତ ଚରିତ୍ରର ଗୀତକୁ ମୁଖସ୍ଥ କରି କଳାକାରଙ୍କୁ ଗୀତ ପରିବେଷଣରେ ସହଯୋଗ କରନ୍ତି । ସର୍ବୋପରି କହିବାକୁ ଗଲେ ଏବେ କାମନା ଦଣ୍ଡରେ ନରେନ୍ଦ୍ର ଅନନ୍ୟ କଳାକାର ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି ।

Omkar Vasthu
Omkar Vasthu
ଉପସ୍ଥାପନା:

✍🏾ହେମନ୍ତ ସାହୁ

ସ୍ବତନ୍ତ୍ର ପ୍ରତିନିଧି କଳାହାଣ୍ଡି
OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.