ନର୍ଲାରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଜେପି ନର୍ଲା ମଣ୍ଡଳ ତରଫରୁ ସ୍ଥାନୀୟ ଜିତୁ ଚାନ୍ଦ୍ ମାର୍କେଟ କମ୍ପ୍ଲେକ୍ସରେ ଗତକାଲି ସଂଧ୍ୟା ୬ ଘଣ୍ଟା ସମୟରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ବିଜେପି ପ୍ରତିଷ୍ଠା ଦିବସ ।

ଗୁରୁବାର ସଂଧ୍ୟା ୬ ଘଣ୍ଟା ସମୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ମଧ୍ୟରେ ନର୍ଲା ମଣ୍ଡଳ ସଭାପତି ତଥା ମାଣ୍ଡେଲ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଭାରତ ମାତା, ସ୍ୱର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଦୀପ ପ୍ରଜ୍ୱଳନ କରି ନାରିକେଳ ଭାଙ୍ଗି ପୂଜନ କାର୍ଯ୍ୟ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ମଣ୍ଡଳ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଧନୁର୍ଯ୍ୟ ସେନାପତି, ମୁଖ୍ୟ ବକ୍ତା ଭାବରେ ନର୍ଲା ପିଏନ୍ଏସ୍ ପ୍ରତିନିଧି ଲିଙ୍ଗରାଜ ମିଶ୍ର ପ୍ରମୁଖ ଯୋଗଦାନ କରି ୪୨ ବର୍ଷରେ ପଦାର୍ପଣ କରିଥିବା ବିଜେପିର ସାଂଗଠାନିକ ସ୍ଥିତି ବିଷୟରେ କହି ମାର୍ଗଦର୍ଶନ ଦେଇଥିଲେ । ସଭାପତି ଶ୍ରୀ ଜାଲଙ୍କ ସ୍ୱାଗତ ଭାଷଣ ପରେ ପିଜେପିର ବରିଷ୍ଠ ନେତା ମାନଙ୍କ ଦଳ ପ୍ରତି ତ୍ୟାଗ ଓ ଅବଦାନ ବିଷୟରେ ଅତିଥି ବୃନ୍ଦ ଆଲୋଚନା କରିଥିଲେ ।

ବିଜେପିର ନର୍ଲା ମଣ୍ଡଳ ସଭାପତି ତଥା ଯାଦବ ସଂଗଠନର ନେତୃତ୍ୱ ପଦ୍ମଲୋଚନ ଜାଲ ଗତ ତ୍ରୀ-ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ମାଣ୍ଡେଳ ସରପଞ୍ଚ ଭାବରେ ନିର୍ବାଚିତ ହୋଇ ଦଳ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ମଞ୍ଚରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନର୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଏସସି ମୋର୍ଚ୍ଚା ସମ୍ପାଦକ ପଦ୍ମନାଭ ବାଗ, ନର୍ଲା ବ୍ଲକ ବିଜେପି ଉପସଭାପତି ସଞ୍ଜୟ ନାଏକ, ନର୍ଲା ବ୍ଲକ ବିଜେପି ଓବିସି ମୋର୍ଚ୍ଚା ସଭାପତି ଜଗନ୍ନାଥ ଗଉଡ, ମଣ୍ଡଳ ସମ୍ପାଦକ ଦଶରଥ ନାଏକ, ଲିଙ୍ଗରାଜ ପୋଢ, ନରେନ୍ଦ୍ର ବୁଦ୍ଧିଆ, ଲକ୍ଷ୍ମଣ ଦୀପ ପ୍ରମୁଖ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.