ବେହେରା ଠାରେ ମହିଳା ଆତ୍ମସୁରକ୍ଷା ତାଳିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଠାରେ ମହିଳା ଆତ୍ମ ସୁରକ୍ଷା ତାଳିମ ଶିବିର ଉଦଯାପିତ ହୋଇଯାଇଛି । ଆଠ ଦିନ ବ୍ୟାପି ଏହି ଶିବିରରେ ପ୍ରଶିକ୍ଷିକା ମାଳତୀ ପଟେଲ ୭୩ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଜାପନୀ ଉତ୍ସବରେ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ମୂଖ୍ଯ ଅତିଥି ଓ ମୂଖ୍ଯ ବକ୍ତା ଭାବରେ ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ମୋହନ ଚରଣ ବିଷି ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ବେହେରା ସମିତି ସଭ୍ଯ କିଶୋର ନାଗ, ଚକ୍ରଧର ବାରିକ ଓ ସୁରେନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଇତିହାସ ଅଧ୍ୟାପକ ନିକୁଞ୍ଜ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ । ଆତ୍ମ ସୁରକ୍ଷା ତାଳିମ ନେଇଥିବା ଛାତ୍ରୀମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ପ୍ରଶିକ୍ଷିକା ଓ ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ମାନପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଫକିର ଚଣ୍ଡି, ଆଶୋକ ଚଣ୍ଡି, ସାନୁର୍ଯ୍ୟ ଗୋପାଳ ସହଯୋଗ କରିଥିଲେ । ଶେଷରେ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.