ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସରିଆଁ ନିକଟସ୍ଥ ଦେଣ୍ଡୋଗୁଡ଼ା ଜଙ୍ଗଲରେ ନିଆଁ ଲାଗିଥିଲା । ଖବର ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନସ୍ଥ ଭାବନୀପାଟଣା ରେଞ୍ଜ ର ଶାନ୍ତପୁର ସେକ୍ସନ ବନରଖି ଭାବନୀ ଶଙ୍କର ପରିଛାଙ୍କ ନେତୃତ୍ୱରେ ଅରକ୍ଷିତ ମାଝୀ ( ଖମନପଡା) ବିରେନ୍ଦ୍ର ଗଉଡ଼ (ଧାମନଖୁଣ୍ଟା) ଏବଂ ଚକ୍ର ଧର ସାହୁ ଏଭଳି ୩ ଜଣ ନିଆ ଲିଭେଇବା ପାଇଁ ଆସିଥିଲେ । ଭାବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅସୀମ ଭୋଇ, ପ୍ରଶାନ୍ତ ସାହୁ ପ୍ରମୁଖ ନିଆ ଲିଭେଇବାରେ ସାହାଯ୍ୟ କରିଥିଲେ । କେଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆକୁ ଆୟତ୍ତ କରାଯାଇଥିଲା । ରାଷ୍ଟ୍ରୀୟ ସମ୍ପତି ଗ୍ରାମ୍ୟ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିଥିବାରୁ ବନପାଳ ଶ୍ରୀ ପରିଛା ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ର ସଦସ୍ୟ ଓ ଗ୍ରାମବାସୀ ମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।