ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଆତ୍ମା ସମ୍ମିଳନୀ କକ୍ଷରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଜଳ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ସହିତ ଏକ ଦିବସିୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଚାଷୀ ଶ୍ରୀପତି ଭୋଇ, କୃଷି ବିଭାଗ ଏଟିଏମ ଶ୍ୟାମପଦ ଭଞ୍ଜ, ମିଳନ କୁମାର ଗୋଛାୟତ, ମୃତ୍ତିକା ସଂରକ୍ଷଣ ବିଭାଗ କ୍ଷେତ୍ର ଅଧିକାରୀ ହରିବନ୍ଧୁ ଧରୁଆ, ମହିଳା ଚାଷୀ ଗୌରୀ ଦୀପ , ଯୁବ ଚାଷୀ ତିରଞ୍ଜି ମେର୍ଲି, ଦ୍ରୋଣ ସାହୁ, ବିରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ବର୍ଷା ଜଳ ଅମଳ, ମୃତ୍ତିକା ସୁରକ୍ଷା ଉପରେ ଭିନ୍ନ ଭିନ୍ନ ଉପାୟ ଗୁଡିକ ଉପରେ ମତ ପୋଷଣ କରିଥିଲେ । ଅନୁଷ୍ଠାନର କର୍ମୀ ପ୍ରଦୀପ କୁମାର ସାହୁ, କିଶୋର ଦାଶ କର୍ମଶାଳାରେ ସଂଯୋଜନା କରିଥିବା ବେଳେ ଚାଷୀ ନେତା ଗୋପୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।