ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ତହସିଲଦାର ଶ୍ରୀମତୀ ପ୍ରଧାନ ଟୁଲି ଆମ୍ମା ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅର୍ପିତା ପ୍ରଧାନ ଯୋଗଦାନ କରି ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ । ଏହି ବିଜ୍ଞାନ ମେଳାରେ ମୋଟରେ ୧୪୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ବିଚାରକ ଭାବେ ଅତୁଲ୍ୟ କୁମାର ପଟ୍ଟନାୟକ, ବିନୋଦ କୁମାର ପଟ୍ଟନାୟକ, କିଶୋର ଚନ୍ଦ୍ର ପଣ୍ଡା, ସରୋଜ କୁମାର ପାଢୀ, ଆଶିଷ କୁମାର ପାଢୀ ଯୋଗଦାନ କରି ପ୍ରକଳ୍ପ ଗୁଡ଼ିକ ଚୟନ କରିଥିଲେ । ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା: ଉଜମା ଖାଟୁନ – ସୁନାରୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୀପାଞ୍ଜଳି ଗୌଡ଼ – କୁମ୍ଭାର ସାହି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସମୀକ୍ଷା ମଣ୍ଡଳ – ଫାଂପୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରତ୍ୟୁଷ ମହାପାତ୍ର – ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ନଗର, ଲଳିତ କୁମାର ନାୟକ – ପୌର ଉଚ୍ଚ ବିଦ୍ୟାଳୟ, ଚନ୍ଦନବାଡ, ଜୟପୁର । ଅପରାହ୍ନରେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅର୍ପିତା ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୃତ୍ୟଞ୍ଜୟ ପଣ୍ଡା ଓ ସୁଦର୍ଶନ ନାୟକ ଯୋଗଦାନକରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଁମପ୍ରକାଶ ମିଶ୍ର, ଦିଲୀପ କୁମାର ପଣ୍ଡା, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଦେବେନ୍ଦ୍ର ପାଢ଼ୀ, କଲ୍ୟାଣୀ ନାୟକ, ସୋମନାଥ ସାକିଆ, ବିଶ୍ୱ ରଞ୍ଜନ ଗୌଡ଼, ପ୍ରଭାତ କୁମାର ରଥ, ନରେଶ କୁମାର ଷଡ଼ଙ୍ଗୀଙ୍କ ସମେତ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ, ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପରିଚାଳନା କରିଥିଲେ । ଏହି ଅବସରରେ ବାଲୁକା ଶିଳ୍ପୀ ପ୍ରଦ୍ୟୁମ୍ନ ବାରିକ ଓ ପ୍ରଭାକର ମହାରଣାଙ୍କ ଦ୍ୱାରା ବାଲୁକା କଳା ପ୍ରଦର୍ଶନ କରାଯାଇଥିଲା । ଶିକ୍ଷକ ଯଜ୍ଞେଶ୍ବର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.