ସାମ୍ବାଦିକଙ୍କୁ ନିର୍ଯ୍ୟାତନାର ପ୍ରତିବାଦ: ନୂଆପଡ଼ା ଜର୍ଣ୍ଣାଲିଷ୍ଟ ଏସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ମହେନ୍ଦ୍ର ବାଗ [ରାହୁଲ]): ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ପୋଲିସର ଅମାନୁଷିକ ଆଚରଣ ବଢି ଚାଲିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ସମ୍ବାଦ ତଥା କନକ ଟିଭି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ମାଡ ମାରିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ ବେଡ଼ି ପକାଇବା ଭଳି ଅମାନବୀୟ ଘଟଣାକୁ ନେଇ ନୂଆପଡ଼ା ଜର୍ଣ୍ଣାଲିଷ୍ଟ ଏସୋସିଏସନ (ଜାନ) ଦୃଢ଼ ନିନ୍ଦା କରିବା ସହ ପ୍ରତିବାଦ ଜଣାଇଛନ୍ତି । ନୀଳଗିରି ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଜି ନୂଆପଡା ଜର୍ଣ୍ଣାଲିଷ୍ଟ ଏସୋସିଏସନ (ଜାନ) ପକ୍ଷରୁ ବୋଡେନ ବ୍ଲକ ଡବ୍ଲୁଇଓ ହିମାଂଶୁ ଶେଖର କୁମ୍ଭାରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଯଦି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଅ ନ ଯାଏ ଆଗାମୀ ଦିନରେ ଏହା ଆନ୍ଦୋଳନରେ ରୂପାନ୍ତରିତ ହେବ ବୋଲି ସଂଘ ଚେତାବନୀ ଦେଇଛି । ଏଥିରେ ଜଣ୍ଣିଲିଷ୍ଟ ଏସୋସିଏସନ (ଜାନ) ଆବାହକ ଘନଶ୍ୟାମ ଭୋଇ, ମାୟଧର ସରାଫ, ସୁଶାନ୍ତ ପାଣିଗ୍ରାହୀ, ରତନ କେତକି, ଯୋଗେଶ୍ବର ସଗରିଆ, ପ୍ରଶାନ୍ତ କାଣ୍ଡ, ରାହୁଳ ଯାଦବ, ବଂଶୀଧର ନାଗ, ଦିଲ୍ଲୀପ ପଣ୍ଡା, ଆଦିତ୍ୟ ମହାହୂତି, ଯୁଗଲ ଚଲାନ, ନିଲମଣି ପଣ୍ଡା, ବିଶିକେଶନ ପଣ୍ଡା, ଆବଦରାମ ସାହୁ, ଅଶ୍ବିନୀ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.